ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ : ହାଇକୋର୍ଟ

ଭୁବନେଶ୍ୱର,(ଓଡିଶା ଟାଇମ୍) : ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । କୋରୋପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଞ୍ଚଳର ଏକ ମାମଲା ଶୁଣାଣି ବେଳେ ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜଣେ ୧୯ ବର୍ଷୀୟ ଝିଅ ଅଭିଯୋଗ କରିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ୪ ବର୍ଷ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ କରି ନ ଥିଲେ । ଏ ନେଇ ଯୁବତୀ ଜଣଙ୍କ ପଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ହେଲେ କୋରାପୁଟରେ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଯୁବକ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି ଯେ ବିବାହ ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । କାରଣ ଏହା ଆଇପିସି ଧାରା ୩୭୫ରେ ଏହି ପରି ସଜ୍ଞା ପର୍ୟ୍ୟାୟଭୁକ୍ତ ନୁହେଁ ।

Leave a Reply

Your email address will not be published.