ବକ୍ସ ଅଫିସ୍ ବ୍ୟବସାୟ ତାଲିକାର ତୃତୀୟ ସ୍ଥାନରେ ‘କବୀର୍ ସିଂ’

ଚଳିତବର୍ଷ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ସାହିଦ୍ ଓ କିୟାରାଙ୍କ ଅଭିନୀତ ‘କବୀର୍ ସିଂ’କୁ ତୃତୀୟ ସ୍ଥାନ ମିଳିଛି । ତେଲୁଗୁ ଫିଲ୍ମ ‘ଅର୍ଜୁନ୍ ରେଡ୍ଡି’ର ରିମେକ୍ ଭାବେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ରିଲିଜ୍ ହେବାର ମାତ୍ର ୮ଦିନ ମଧ୍ୟରେ ୧୫୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ କରିଥିଲା । ସନ୍ଦିପ୍ ରେଡ୍ଡି ୱାଙ୍ଗାଙ୍କ ନିର୍ଦ୍ଦେଶିତ ‘କବୀର୍ ସିଂ’ର ଓପନିଙ୍ଗ୍ ଡେ’ କଲେକସନ୍ ଥିଲା ୨୦.୨୧ କୋଟି । ୨୦୧୯ର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’, ଦ୍ୱିତୀୟରେ ରହିଛି ସଲମାନଙ୍କ ଅଭିନୀତ ‘ଭାରତ’ । ତୃତୀୟ ସ୍ଥାନରେ ‘କବୀର୍ ସି’, ଚତୁର୍ଥ ସ୍ଥାନରେ ‘କେଶରୀ’ ଓ ୫ମ ସ୍ଥାନ ଅଧିକାର କରିଛି ‘ଟୋଟାଲ୍ ଧମାଲ୍’ ।

‘କବୀର୍ ସିଂ’ ପରେ ରିଲିଜ୍ ହୋଇଥିବା ଆୟୁଷ୍ମାନ୍ ଖୁରାନାଙ୍କ ‘ଆର୍ଟିକଲ୍ ୧୫’ ଓପନିଙ୍ଗ୍ ଡେ’ରେ ସେଭଳି କିଛି ଆଖିଦୃଶୀୟା ବ୍ୟବସାୟ କରିପାରିନଥିଲା । କିନ୍ତୁ ଦୁଇଦିନ ମଧ୍ୟରେ ତାହାର ବକ୍ସ ଅଫିସ୍ ବ୍ୟବସାୟ ୧୨.୨୭ କୋଟିରେ ପହଞ୍ଚିଛି ।

Leave a Reply

Your email address will not be published.