ଡାକ୍ତର ଦିବସର ଅନୁଚିନ୍ତା: କର୍ତ୍ତବ୍ୟ ଓ ଅଧିକାରର ଅନ୍ତର୍ଦ୍ବନ୍ଦ୍ଵ

ଡା. ସରୋଜ କୁମାର ସାହୁ। ପୂର୍ବତନ ସଭାପତି, ଆଇଏମ୍‌ଏ- ଭୁବନେଶ୍ଵର

ଆମେ ସମସ୍ତେ ଆମ ଅଧିକାର ପାଇଁ ଲଢ଼ୁଛୁ । ସମ୍ବିଧାନରେ ମଧ୍ୟ ଆମ ଅଧିକାର ବିଷୟ ଲେଖାଯାଇଛି କେବେ କର୍ତ୍ତବ୍ୟ କଥା କୁହାଯାଇନି । ଥରେ ଯଦି କର୍ତ୍ତବ୍ୟ ବାବଦରେ ଆମେ ସଚେତନ ହୁଅନ୍ତେ ବା କାହିଁକି ସେହି ସ୍ଥାନରେ ଆମବେ ଅବସ୍ଥିତ ଯଦି ଚିନ୍ତା କରିପାରନ୍ତେ ତେବେ ଆମ ଭିତରେ ଆଉ ଅନ୍ତଦ୍ୱର୍ନ୍ଦ୍ୱ ବୋଲି କିଛି ରହନ୍ତା ନାହିଁ ।


ଜୁଲାଇ ମାସର ପ୍ରଥମ ଦିନକୁ ଡାକ୍ତର ଦିବସ ଭାବେ ଭାରତରେ ପାଳନ କରାଯାଉଛି । ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର ଏହା ଜନ୍ମ ତିଥି । ୧୮୮୨ ମସିହାର ଜୁଲାଇ ୧ ତାରିଖରେ ଏହି ମହାନ ଯୋଗଜନ୍ମା, ସମାଜସେବୀ ଡାକ୍ତରଙ୍କର ଜନ୍ମ ହୋଇଥିଲା । ଆଉ ୧୯୬୨ ମସିହାର ସେହି ତାରିଖରେ ସେ ପରଲୋକ ଯାଇଥିଲେ । ସତରେ, କି ସମନ୍ୱୟ ତାଙ୍କର ଏଇ ଜୀବନଯାତ୍ରା! ଲୋକଙ୍କ ସେବା କରିବା ଏବଂ ସାଧାରଣ ଲୋକଙ୍କୁ ଏକ ନେତୃତ୍ୱର ରାସ୍ତା ଦେଖାଇବାେରେ ସେ ଥିଲେ ସିଦ୍ଧହସ୍ତ । ପଶ୍ଚିମ ବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ବି ଲାଭ କରିଥିଲେ । ଏହି ସ୍ୱାଧୀନ ଚେତା, ସମାଜସେବୀ, ରାଜନେତା ଓ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କର ଆଦର୍ଶରେ ଅନୁପ୍ରାଣୀତ ହେବା ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବା ହେଉଛି ଆଜିଦିନର ବାର୍ତ୍ତା । କିନ୍ତୁ ଶୁଣିବାକୁ ଭଲ ଲାଗୁଥିବା ଏହି ଶବ୍ଦଗୁଡ଼ିକର ରାସ୍ତାରେ ଆମେ ଚାଲି ପାରିବା କି? ଆଜିର ଡାକ୍ତରମାନଙ୍କ ପାଇଁ ଏହି ଆଦର୍ଶର ବ୍ରତୀ ହେବା ସମ୍ଭବ କି? ଉତ୍ତର ନାଁ ହିଁ ମିଳିବ । ବର୍ତ୍ତମାନର ଭୌତିକ ପୃଥିବୀରେ ଏହା ଏକ ଅସମ୍ଭବ ବ୍ୟାପାର । କାରଣ ହେଉଛି ବଦଳିଥିବା ସାମାଜିକ ନୀତି, ଲୋକଚରିତ୍ର ଏବଂ ଅର୍ଥନୀତି । ମୋ ମତରେ ଏହି ଚରିତ୍ର, ଲୋକନୀତି ଏବଂ ଅର୍ଥନୀତିକ ସମ୍ପର୍କ ବଦଳିବାର କାରଣଗୁଡ଼ିକ ତିନୋଟି ବର୍ଗ ଭିତରେ ଅନ୍ତର୍ଭୁକ୍ତ । ସେଗୁଡ଼ିକ ହେଲା:
୧. ଦିନକୁ ଦିନ ବଢ଼ୁଥିବା ରୋଗୀ ବା ରୋଗୀ ସମ୍ପର୍କୀୟଙ୍କ ଆଶା ବୃଦ୍ଧି
୨. ସରକାରୀ ଓ ଘରୋଇ ଡାକ୍ତରଖାନାରେ ଆବଶ୍ୟକ ଭିତ୍ତିଭୂମିର ଅଭାବ
୩. ଡାକ୍ତର ଓ ଡାକ୍ତରୀ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟଧିକ ଆଇନ ଓ ନିୟମାବଳୀର ପ୍ରୟୋଗ

ପ୍ରଥମେ ତୃତୀୟ କାରଣଟି ସମ୍ପର୍କରେ ଆଲୋଚନା କରିବା । ଏହା ହେଉଛି ଅତ୍ୟଧିକ ଓ ଅବସ୍ତାବ ଆଇନ ପ୍ରଣୟନ ଚିନ୍ତାଧାରା । ସ୍ୱାସ୍ଥ୍ୟ ସେବା ତଥା ଡାକ୍ତରୀ ସେବାରେ ପ୍ରବେଶ କରୁଥିବା ପ୍ରଫେସନାଲ୍‍ଙ୍କୁ ନିୟନ୍ତ୍ରଣ କରାଯିବାର ଯଥେଷ୍ଟ ଆବଶ୍ୟକ ରହିଛି । ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରତି ମୁହୂର୍ତ୍ତରେ ତାଙ୍କୁ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା । କିନ୍ତୁ ଯେଉଁ ପ୍ରକାରେ ଆମର ପ୍ରତି ସେକେଣ୍ଡରେ ତାକୁ ଆଇନ ପ୍ରତି ଧ୍ୟାନ ଦେବାକୁ କୁହାଯାଉଛି ତାହା ଏକ ଅବସ୍ତବ ଦୁନିଆକରେ ତାକୁ ପ୍ରବେଶ କରାଉଛି । ଏଣୁ ଆଇନ ଏମିତି ହେବା ଦରକାର ଯାହା ଡାକ୍ତରଙ୍କୁ ଦ୍ୱନ୍ଦ୍ୱ ଭିତରେ ପକାଇବ ନାହିଁ ।
ଏବେ ଜଣେ ଡାକ୍ତରଙ୍କୁ ନିଜର ସେବା କରିବା ସହ କ୍ଲିନିକାଲ୍‍ ଏଷ୍ଟାବ୍ଲିଶ୍‍ମେଣ୍ଟ ଆକ୍ଟ, ପ୍ରଦୂଷଣ ଆଇନ, ଟ୍ରେଡ୍‍ ଲାଇସେନ୍ସ ଆଇନ, ହିଂସା ନିରୋଧୀ ଆଇନ, ଗ୍ରାହକ ସୁରକ୍ଷା ଆଇନ ପରି ଅନେକ ଆଇନର ବାଡ଼ରେ ବାନ୍ଧି ହେବାକୁ ପଡ଼ୁଛି, ଏସବୁଥିରୁ କୋହଳ ମିଳିବା ଦରକାର । ଅତ୍ୟଧିକ ନୀତି ନିୟମ ଦ୍ୱାରା ସବୁକିଛି ସମ୍ଭବ ନୁହେଁ । ଏହା ଦୀର୍ଘବର୍ଷ ହେଲା ପ୍ରମାଣିତ ହୋଇ ଆସୁଛି, ଆମକୁ ଚିନ୍ତା କରିବାକୁ ହେବ । ଏହା ଡାକ୍ତର କି ରୋଗୀ ନୁହେଁ ବରଂ ରୋଗୀ ଓ ଡାକ୍ତରଙ୍କ ଭିତରେ ଥିବା ସମ୍ପର୍କର ରୂପରେଖକୁ ସ୍ଥିର କରୁଥିବା ସରକାରଙ୍କ କର୍ତ୍ତବ୍ୟ । ବାସ୍ତବବାଦୀ ହୋଇ ଆଇନ ପ୍ରଣେତାମାନେ ଏ ବାବଦରେ ଚିନ୍ତା କରନ୍ତୁ ।

ଏସି ଚାମ୍ବର ଭିତରେ ନିୟମ ପ୍ରଣୟନ କରି ଏକପାକ୍ଷିଆ ବିଚାର କରିବା ଏବଂ କାହା ଉପରେ ଦାଉ ସାଧିବାର ଅଭ୍ୟାସରୁ ସରକାର ବିରତ ରହନ୍ତୁ ।

ଦ୍ୱିତୀୟରେ ଆବଶ୍ୟକ ଭିତ୍ତିଭୂମି । ଭିତ୍ତିଭୂମିକୁ ପର୍ଯ୍ୟାପ୍ତ କରିବା ନାଁରେ ବିଭିନ୍ନ ଅଞ୍ଚଳରେ କୋଠାବାଡ଼ି ତିଆରି କରିଦେଲେ ହେବ ନାହିଁ । ଆବଶ୍ୟକ ଟେକ୍ନୋଲୋଜି, ଯନ୍ତ୍ରାଂଶ ଓ ଦକ୍ଷ ମାନବ ସମ୍ବଳ ନିୟୋଜନ କରାଯିବା ଆବଶ୍ୟକ। ଏହାଛଡ଼ା ସେଠାରେ ଯେଉଁ ଡାକ୍ତର ବା ଟେକ୍ନିସିଆନ୍‍, ଫାର୍ମାସିଷ୍ଟ କାର୍ଯ୍ୟ କରେିବ ତାଙ୍କର ଛୁଆପିଲା କେମିତି ଆବଶ୍ୟକ ଶିକ୍ଷା, ଯତ୍ନ ପାଇପାରିବେ ସେ ବାବଦରେ ମଧ୍ୟ ସରକାର ଜଚିନ୍ତ କରିବା ଦରକାର । ନହେଲେ ଜଣେ ଡାକ୍ତର କେମିତି ବଣ ଜଙ୍ଗଲରେ ସେବା କରିବେ? ତାଙ୍କ ପିଲାର ଭବିଷ୍ୟତକୁ ଅନିଶ୍ଚିତତା ଭିତରେ ଛାଡ଼ି ସେ ଡାକ୍ତରୀ ସେବା କରିବାକୁ ଆଗଭର ହେବ ବୋଲି ଆଶା କରିବା ବୃଥା । ଡାକ୍ତରମାନଙ୍କର ମଧ୍ୟ “କେବଳ ସହର ଅଭିମୁଖୀ” ହେବାର ଚିନ୍ତାକୁ ବଦଳାଇବା ଦରକାର ।

ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଡାକ୍ତର-ରୋଗୀଙ୍କ ଭିତରେ ସମ୍ପର୍କ । ସେ ବିଶ୍ୱାସ, ସମ୍ପର୍କ ଆଉ ବାସ୍ତବଧର୍ମୀ ହୋଇ ନାହିଁ । ରୋଗୀ ଡାକ୍ତରଙ୍କୁ ନାଁ କୁ କେବଳ ଭବଗବାନ ବୋଲି କହୁଛି, କିନ୍ତୁ ଡାକ୍ତରର ଅସୁବିଧାକୁ ବୁଝୁ ନାହିଁ । ଡାକ୍ତରଙ୍କ ଅସହାୟତାକୁ ଜାଣିପାରୁ ନାହିଁ । ଏଥିପାଇଁ ରୋଗୀଙ୍କ ମନୋବୃତ୍ତି ବଦଳିବା ଆବଶ୍ୟକ । ସେମାନଙ୍କ ଭିତରେ ସଚେତନତା ବୃଦ୍ଧି ଜରୁରୀ ।

ଏହା ମନେ ରଖିବାକୁ ହେବ ଯେ, ଇଡ୍‍ଲିଟିଏ ରାସ୍ତାକଡ଼ରେ ଖାଇଲେ ୬ଟଙ୍କା ହୋଇପାରେ କିନ୍ତୁ ତାହା ଫାଇଭ୍‍ଷ୍ଟାର ହୋଟେଲ୍‍ ହେଲେ ୬୦ ଟଙ୍କାକୁ ବି ଅତିକ୍ରମ କରିପାରେ । ଠିକ୍‍ ସେମିତି ରୋଗୀ ବା ରୋଗୀ ସମ୍ପର୍କୀୟ ବୁଝିବା ଦରକାର ଯେ, ପରିସ୍ଥିତି ଓ ପାରିପାଶ୍ୱିର୍କ ସ୍ଥିତି ଅନୁସାରେ ସେବା ଓ ସୁବିଧା ଅଲଗା ଅଲଗା ହୋଇଥାଏ । ଠିକ୍‍ ସେହିପରି ତାହାର ପ୍ରାପ୍ୟ ଓ ସେବା ବି ଅଲଗା ଅଲଗା ହୋଇଥାଏ । ଏଣୁ ଯଦି ଜଣେ ରୋଗୀ ମୁଣ୍ଡରେ ଆଘାତ ଲାଗିଛି ବୋଲି ପିଲଏଚ୍‍ସିକୁ ଆସେ ଏବଂ ସେଠାରେ ତାହା ହୋଇ ନପାରିଲା ବୋଲି ଡାକ୍ତରଙ୍କୁ ବାଡ଼ାଏ ବା ହସ୍‍ପିଟାଲ୍‍କୁ ଭାଙ୍ଗେ ତେବେ ସେଠାରେ ରୋଗୀ ସମୁଦାୟର ହିଁ କ୍ଷତି ହୁଏ । ଏହାକୁ ବୁଝିବାକୁ ହେବ ।

ଏବେ ଡାକ୍ତରଟିଏ ଯେତେବେଳେ ପାଠ ପଢ଼ି ସେବାକୁ ଆସୁଛି ଏବଂ ବାସ୍ତବ ଦୁନିଆକୁ ସମ୍ମୁଖୀନ ହେଉଛି ସେତେବେଳେ ଭୟ ଓ ଆତଙ୍କର ଶିକାର ହେଉଛି । ସେମାନଙ୍କ ଭିତରେ ସେଇ ଭାବନା ଜାତ ହେଉଛଇ ଯେ, ପ୍ରଶାସନିକ ସେବାରେ ରହିବା ବୋଧ ହୁଏ ଡାକ୍ତରୀ ସେବାଠୁ ଶ୍ରେୟସ୍କର । ଏଣୁ ଏବେକାର ଡାକ୍ତର ଏମ୍‍ବିବିଏସ୍‍ କରୁଛନ୍ତି, ଏମ୍‍ସିଏଚ୍‍ କରୁଛନ୍ତି କିନ୍ତୁ ଓଏଏସ୍‍ ଆଇଏଏସ୍‍ ପାଇଲେ ଚାକିରି ଛାଡ଼ୁଛନ୍ତି ।

ଓଡ଼ିଶାରେ ଏହିପରି ସର୍ବନିମ୍ନ ୫୦ ଡାକ୍ତରବାହାରିବେ ଯେଉଁମାନେ ନିଜର ବୃତ୍ତି ଛାଡ଼ି ପ୍ରଶାସନିକ ଚାକିରିକୁ ଆଦରି ନେଇଛନ୍ତି । ଅନେକ ସମୟରେ ଡାକ୍ତରଟିଏ ଅଧିକ ରୋଜଗାର କରୁଥିଲେ ମଧ୍ୟ ତା’ ମନରେ ଭୟ ରହୁଛି ଯେ, ସେ ସାଧାରଣ ଲୋକଙ୍କ ହିଂସାର ଶିକାର ହେବ ନାହିଁ ତ? ସବୁଦିନ ଡରାକ୍ତ-ରୋଗୀ ବା ରୋଗୀ ସମ୍ପର୍କୀୟଙ୍କ ଭିତରେ ଯେଉଁ ନାଟ ତାମସା ଓ ଗଣ୍ଡଗୋଳ ହେଉଛି ସେଥିରେ ପୀଡ଼ିତ ହେବ ନାହିଁକି? ଏହାକୁ ନୀତି ପ୍ରଣୟନ ବେଳେ ସରକାର ଧ୍ୟାନ ଦେବା ଜରୁରୀ ।

ଗୁଗୁଲ୍‍ ଦ୍ୱାରା ନିୟନ୍ତ୍ରଣ:
କେବଳ ସରକାର ନୁହେଁ, ଡାକ୍ତଙ୍କ ସହ ରୋଗୀ ମଧ୍‍ୟ ସଚେତନ ହେବା ଦରକାର । ଗୁଗୁଲ୍‍ ତଥା ଇଣ୍ଟରନେଟ୍‍ ଜ୍ଞାନ ବା ଖବରକାଗଜରେ ପ୍ରକାଶିତ ବିଜ୍ଞାପନକୁ ଗୁରୁତ୍ୱ ଦେଇ ଢଙ୍ଗାକ୍ତର-ରୋଗୀଙ୍କ ଭିତରେ ବଚସା ଏକ ନିୟମିତ ବ୍ୟାପାର ହୋଇଗଲାଣି । ଏହିପରି ମନୋବୃତ୍ତିରେ ପରିବର୍ତ୍ତନ ଜରୁରୀ ।

ବିଜ୍ଞାପନ ପ୍ରତି ରୋଗୀ ସତର୍କ ରୁହନ୍ତୁ । ନହେଲେ ଲଟେରୀ ବା ଚିଟ୍‍ଫଣ୍ଡରେ ଟଙ୍‍କା ଜମା ରଖି ପରେ ହଇରାଣ ହେବା ଏବଂ ସରକାରଙ୍କୁ ଦାୟୀ କରିବା ଭଳି ପରିସ୍ଥିତି ଉପୁଜିବ । ଗୁଗୁଲ୍‍ ଉପରେ ବିଶ୍ୱାସ କରି ଡାକ୍ତରଙ୍କୁ ଆକ୍ରମଣ କରିବା ଠିକ୍‍ ନୁହେଁ ।

ଡାକ୍ତରଙ୍କୁ ଭଗବାନ ବା ପାଖଲୋକ ବୋଲି ଖାଲି କଥାରେ କହିଲେ ହେବ ନାହିଁ, ରୋଗୀ-ଡାକ୍ତରଙ୍କ ସହ ଏକ ଉତ୍ତମ ସମ୍ପର୍କ ପାଇଁ ବାତାବରଣ ସୃଷ୍ଟି ଆବଶ୍ୟକ । ନହେଲେ ତାହା ପାକିସ୍ତାନୀ/ଅବାସ୍ତବ ଚିନ୍ତାଧାରା ଭଳି ପରିଗଣିତ ହେବ । ଆତଙ୍କ ବଦେର ମୁକାବିଲା ପାଇଁ ସେମାନେ ଅନେକ ଥା ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଜଚ୍ଚାଉଛନ୍ତି କିନ୍ତୁ ବାସ୍ତବରେ ଆତଙ୍କବାଦକୁ ପରିହାର କରିବା ପାଇ ଚାହୁଁ ନାହାନ୍ତି । ଠିକ୍‍ ସେହିଭଳି ଅମେ ଡାକ୍ତରଙ୍କୁ ଭଗବାନ କହିବୁ କିନ୍ତୁ ତାଙ୍କୁ ମାଡ଼ ମାରିବାକୁ ପଛାଇବୁ ନାହିଁ । ଏହା ସୁବିଧାବାଦୀ ମତବାଦ । ଏ ପ୍ରକାର ମତବାଦର କୌଣସି ଅର୍ଥ ନାହିଁ ।

Leave a Reply

Your email address will not be published.