ଡିମ୍ପଲ୍‌ରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପୁଅ ହେଉ କିମ୍ବା ଝିଅ, ହସିବା ସମୟରେ ଗାଲରେ ଡିମ୍ପଲ୍ ଆସିଲେ, ଚେହେରାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଡିମ୍ପଲ୍ ଆଜି ପର୍ଯ୍ୟନ୍ତ ଯୁବପିଢିଙ୍କୁ ଏକ ରକମ କିମିଆ କରି ରଖିଛି । ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଏହି ଡିମ୍ପଲ୍ କେବଳ ସୌନ୍ଦର୍ଯ୍ୟବର୍ଦ୍ଧକ ନୁହେଁ, ବରଂ ଏହା ଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ମଧ୍ୟ ହୋଇଥାଏ । ଅନେକ କ୍ଷେତ୍ରରେ ଏହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ତାହେଲେ ଆସନ୍ତୁ ଜାଣିବା ଡିମ୍ପଲ୍ ସମ୍ପର୍କିତ କିଛି କଥା –


୧- ଡିମ୍ପଲ୍ ଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ।
୨- ଏମାନେ ବୈବାହିକ ଜୀବନ ସଫଳତା ହାସଲ କରିଥାନ୍ତି ।
୩- ଡିମ୍ପଲ୍ ଥିବା ବ୍ୟକ୍ତିଙ୍କର ଜାତକରେ ଶୁକ୍ରଗ୍ରହ ଉଚ୍ଚରେ ଥାଏ । ଶୁକ୍ରଗ୍ରହ ଧନ ଓ ଐଶ୍ଚର୍ଯ୍ୟ ପ୍ରତୀକ । ତେଣୁ ଏମାନେ ବିଶେଷ ଭାବେ ପୋଷାକ ଓ ଗହଣା କିଣିବାକୁ ପସନ୍ଦ କରିଥାନ୍ତି ।
୪- ଉପରୋକ୍ତ ଶୁଭ ଫଳ ବ୍ୟତୀତ ଡିମ୍ପଲ୍ ଥିବା ଝିଅମାନେ ଶାଶୁ ସ୍ନେହରୁ ବଚିଂତ ଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଡିମ୍ପଲ୍କୁ ଏ କ୍ଷେତ୍ରରେ ଅଶୁଭ ବୋଲି ଧରାଯାଏ ।

କ’ଣ ରହିଛି ୨୦୧୯ର ମେକ୍ଅପ୍ ଟ୍ରେଣ୍ଡ୍, ନଜର ପକାନ୍ତୁ ୬ଟି ବିନ୍ଦୁ

ମଲାଇକାଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରୁଥିବା ବ୍ୟକ୍ତି କିଏ? ଜାଣନ୍ତୁ 

Leave a Reply

Your email address will not be published.