କ’ଣ ରହିଛି ୨୦୧୯ର ମେକ୍ଅପ୍ ଟ୍ରେଣ୍ଡ୍, ନଜର ପକାନ୍ତୁ ୬ଟି ବିନ୍ଦୁ

ସମୟ ବଦଳିବା ସହିତ ମେକଅପ୍ ଟ୍ରେଣ୍ଡରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ନିଜକୁ ସବୁବେଳେ ଫ୍ୟାଶନ୍ ଅପ୍ଡେଟ୍ ରଖିବାକୁ ଚାହୁଁଥିବା ଯୁବପିଢ଼ି ମଧ୍ୟରେ ଏହାକୁ ନେଇ ଥାଏ ଅନେକ କ୍ରେଜି । ଏହି ଧାରାରେ ଚଳିତବର୍ଷ ବିୟୁଟିସିଆନ୍ନେ‌ମାନେ ସିମ୍ପଲ୍ ଓ ନ୍ୟୁଡ୍ ମେକ୍ଅପ୍‌କୁ ପ୍ରାଧାନ୍ୟ ଦେଇଛନ୍ତି । କୌଣସି ପାର୍ଟି, ଉତ୍ସବ କିମ୍ବା ଅଫିସ୍ ପାଇଁ ପୂର୍ବରୁ ଚାଲିଆସୁଥିବା ହେଭି ଓ ବୋଲ୍ଡ୍ ମେକ୍ଅପ୍ ଏବେ ସମ୍ପୂର୍ଣ୍ଣ ଭାବେ ଆଉଟ୍ ଡେଟେଡ୍ ହୋଇଯାଇଛି । ତାହେଲେ ଆସନ୍ତୁ ଜାଣିବା ୨୦୧୯ର ମେକଅପ୍ ଟ୍ରେଣ୍ଡ୍ ଅନୁଯାୟୀ ଆପଣ ନିଜକୁ କିଭଳି ରଖିପାରିବେ ଫ୍ୟାଶନେବଲ୍ –
୧- ପର୍ପେକ୍ଟ ଫାଉଣ୍ଡେସନ୍
ମେକ୍ଅପ୍ର ପ୍ରଥମ ରୁଲ୍ ହେଉଛି ଏକ ପରଫେକ୍ଟ ଫାଉଣ୍ଡେସନ୍ ବାଛିବା । ତେଣୁ ନିଜର ତ୍ୱଚାର ରଙ୍ଗ ଅନୁଯାୟୀ ଫାଉଣ୍ଡେସନ୍ କିମ୍ବା ପ୍ରାଇମର୍ କିଣନ୍ତୁ । ଫାଉଣ୍ଡେସନ୍ ଟେଷ୍ଟ୍ କରିବା ପାଇଁ ହାତରେ ନୁହେଁ ଚେହେରା କିମ୍ବା ବେକରେ ଲଗାଇ ଦେଖନ୍ତୁ ।
୨- ବୋଲ୍ଡ ଆଇଲେସ୍
ଆଜିକାଲି ଘନ ଆଖିପତାର କ୍ରେଜ୍ ଦେଖିବାକୁ ମିଳୁଛି । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କାଜୁଆଲ୍ ପାର୍ଟିରେ ମଧ୍ୟ ଝିଅମାନେ ବୋଲ୍ଡ୍ ଆଇଲେସ୍କୁ ଅଧିକ ପସନ୍ଦ କରୁଛନ୍ତି । ବୋଲ୍ଡ ଆଇଲେସ୍ ବ୍ୟବହାର କରୁଥିଲେ ସେଥିରେ କାଜଲ୍ ଅଧିକ ଲଗାନ୍ତୁ ନାହିଁ । ହାଲ୍କା କାଜଲ୍ରେ ବୋଲ୍ଡ ଆଇଲେସ୍ ଏକ ଗ୍ଲାମରସ୍ ଲୁକ୍ ଦେଇଥାଏ ।
୩- ଟୁ ଟୋନ୍ଡ ଲିପ୍ସ
ପୂର୍ବରୁ ଗୋଟିଏ ରଙ୍ଗର ଲିପ୍ଷ୍ଟିକ୍ ହିଁ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ନୂଆ ମେକ୍ଅପ୍ ଟ୍ରେଣ୍ଡ୍କୁ ଫଲୋ କରି ଟୁଟୋନ୍ଡ ଲିପ୍ଷ୍ଟିକ୍ର ପ୍ରଚଳନ ଅଧିକ ଦେଖିବାକୁ ମିଳୁଛି । ଗୋଟିଏ ରଙ୍ଗର ବିଭିନ୍ନ ସେଡ୍ କିମ୍ବା ମ୍ୟାଚ୍ କରିବା ଭଳି ଦୁଇଟି ରଙ୍ଗକୁ ମିଶାଇ ଓଠରେ ଲଗାଯାଉଛି । ଅଧିକ ଷ୍ଟାଇଲିସ୍ ଲୁକ୍ ପାଇବା ପାଇଁ ଏହା ସବୁଠାରୁ ସହଜ ଉପାୟ ।
୪- ଶିମରି ଗ୍ଲସ୍
ବହୁତ ଦିନ ଧରି ଆଉଟ୍ ଅଫ୍ ଫ୍ୟାଶନ୍ ଥିବା ଶିମରି ଗ୍ଲସ୍ ପୁଣିଥରେ ଚଳିତବର୍ଷ ମେକ୍ଅପ୍ ଇନ୍ ହୋଇଛି । ଲିପ୍ସ ସହିତ ଆଇ ମେକ୍ଅପ୍ କ୍ଷେତ୍ରରେ ଏହା ଅଧିକ ଭାବେ ବ୍ୟବହାର ହେଉଛି । ନନ୍ଷ୍ଟିକ୍ ଟେକ୍ସଚର୍ ସହିତ ଏହା ଯେ କୌଣସି ସିଜିନ୍ ପାଇଁ ପରଫେକ୍ଟ ବୋଲି ବିୟୁଟିସିଆନ୍ମାନେ କହିଛନ୍ତି ।
୫- ନ୍ୟୁଡ୍ ମେକ୍ଅପ୍
ଶିମରି ଆଇଜ୍ ସହିତ ନ୍ୟୁଡ୍ ମେକ୍ଅପ୍ ଏକ ବେଷ୍ଟ୍ ଅପ୍ସନ୍ । ଅଫିସ୍ ହେଉ ପାର୍ଟି ହେଉ କିମ୍ବା ବ୍ରାଇଡାଲ୍ ଲୁକ୍, ନ୍ୟୁଡ୍ ମେକ୍ଅପ୍ ୨୦୧୯ର ଟ୍ରେଣ୍ଡି ମେକ୍ଅପ୍ ତାଲିକାର ପ୍ରଥମ ସ୍ଥାନରେ ରହିଛି ।
୬- ମିନିମାଲ୍ ଲୁକ୍
ଏଲିଗେଣ୍ଟ୍ ଦେଖାଯିବା ପାଇଁ ମିନିମଲ୍ ଏକ ବେଷ୍ଟ୍ ଫର୍ମୁଲା । ମିନିମାଲ୍ ମେକ୍ଅପ୍ ଆପଣଙ୍କୁ ଏକ ନ୍ୟାଚୁରାଲ୍ ଲୁକ୍ ଦେବ । ବ୍ରୋଞ୍ଜ୍. ପିଚ୍ ଓ ରୋଜ୍ ଗୋଲ୍ଡ ଓ ଲିଭିଙ୍ଗ୍ କୋରଲ୍ ମିନିମଲ୍ ଲୁକ୍ ପାଇଁ ଟ୍ରେଣ୍ଡି କଲର୍ ଭାବେ ରହିଛି । ଗୋଲ୍ଡେନ୍ ଆଇଶ୍ୟାଡୋ ମଧ୍ୟ ୨୦୧୯ର ଟ୍ରେଣ୍ଡି ମେକ୍ଅପ୍ ଭାବେ ଚାହିଦାରେ ଅଛି ।

ଘରେ ପ୍ରସ୍ତୁତ କରନ୍ତୁ ହେୟାର୍ ଡାଇ, ଅଧିକ ଦିନ କେଶ କଳା ରହିବ

ବିୟୁଟି ତାଲିକାରେ ସାମିଲ୍ କରନ୍ତୁ ତେନ୍ତୁଳି ଫେସ୍ପ୍ୟାକ୍

ଭୂମିଙ୍କ ବୋଲ୍ଡ ଅବତାର

Leave a Reply

Your email address will not be published.