ବିୟୁଟି ଟିପ୍ସ: ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହିତ ଟିମଅପ୍ କରନ୍ତୁ ବ୍ରୋଚ୍

ପୁରୁଷ ହୁଅନ୍ତୁ ବା ମହିଳା, ପାରମ୍ପରିକ ଆଉଟଫିଟ୍ ପାଇଁ ବ୍ରୋଚକୁ ଟିମଅପ୍ କରିବା ଏକ ଫ୍ୟାଶନେବୁଲ୍ ଲୁକ୍ ଦେଇଥାଏ । ରୟାଲ୍ ଲୁକ୍ ଚାହୁଁଥିଲେ ଆପଣ ବିଭିନ୍ନ ଷ୍ଟୋନ୍ଯୁକ୍ତ ବଡ଼ ବ୍ରୋଚ୍ କ୍ୟାରି କରିପାରିବେ । କିନ୍ତୁ ଏବେ ଫ୍ୟାଶନ୍ ଜଗତରେ ବ୍ରୋଚକୁ ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହିତ ଲଗାଇବାର ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ମହିଳାମାନେ ଟ୍ରାଡିସନାଲ୍ ଆଉଟ୍ଫିଟ୍ ଯଥା ଶାଢ଼ି, ସାଲଓା୍ୱର୍ ସୁଟ୍ କିମ୍ବା ଲଙ୍ଗ୍ ଡ୍ରେସ ସହିତ ବଟରଫ୍ଲାଇ ଓ ପିକକ୍ ଭଳି ଟ୍ରାଡିସନାଲ୍ ଡିଜାଇନର ବ୍ରୋଚ୍ ଲଗାନ୍ତୁ । କିନ୍ତୁ ଯଦି ଆପଣ ୱେଷ୍ଟର୍ଣ୍ଣ ଡ୍ରେସ୍ ସହିତ ବ୍ରୋଚ୍ କ୍ୟାରି କରିବାକୁ ଚାହୁଁଛନ୍ତି ତେବେ ବଡ଼ ଓ ବୋଲ୍ଡ ଫ୍ଲାୱାର୍ ବ୍ରୋଚ୍ ଆପଣଙ୍କୁ ଏକ ଷ୍ଟାଇଲିସ୍ ଲୁକ୍ ଦେବ । ସ୍ପାର୍ଫ ଓ ଟାଇ ଯୁକ୍ତ ବ୍ରୋଚ୍ ଆପଣଙ୍କ କଷ୍ଟ୍ୟୁମ୍ ସେନ୍ସକୁ ୨ ଗୁଣା ବଢ଼ାଇଦେବ ।

ପୁରୁଷମାନେ ଫର୍ମାଲ୍ ୱିୟର୍ ସହିତ ସିମ୍ପଲ୍ ଡିଜାଇନର ବ୍ରୋଚ୍ ପିନଅପ୍ କରିବା ଉଚିତ୍ । କିନ୍ତୁ ପାର୍ଟି ୱେୟାର୍ ସହିତ ଆପଣ ହେଭି ଓ ଅଧିକ ଡିଜାଇନ୍ ଥିବା ବ୍ରୋଚ୍ କ୍ୟାରି କରନ୍ତୁ । ଏହା ଆପଣଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟକୁ ଦୁଇଗୁଣ ବଢ଼ାଇଦେବ । ଯଦି ଆପଣ ହାଲକା ରଙ୍ଗର ସିମ୍ପଲ୍ ଆଉଟ୍ଫିଟ୍ ପସନ୍ଦ କରୁଥାନ୍ତି, ତେବେ ବିଭିନ୍ନ ପ୍ରକାର ଡିଜାଇନ୍, ମେଟେରିଆଲ୍ ଓ ଭିନ୍ନ ରଙ୍ଗର କମ୍ବିନେସନ୍ ବ୍ରୋଚକୁ ନିଜ ୱାର୍ଡ଼ରୋବରେ ସାମିଲ କରନ୍ତୁ । ଆପଣ ଜିନ୍ସ ସହିତ ଯଦି ଟ୍ରାଡିସନାଲ୍ କୂର୍ତ୍ତା ଟ୍ରାଏ କରୁଛନ୍ତି, ତେବେ ସେଥିରେ ମଧ୍ୟ ଆପଣ ହାଲକା ଷ୍ଟୋନଯୁକ୍ତ ବ୍ରୋଚ୍ ଲଗାଇପାରିବେ ।

Leave a Reply

Your email address will not be published.