ହରବାଲ୍ ଦୀପ ଦ୍ୱାରା ଦୂର ହୋଇଯିବ ମଶା ସମସ୍ୟା

0
42
advertisement

ହରବାଲ୍ ଦୀପ, ନାଁ ଟା ଶୁଣିବାକୁ ଅଡ଼ୁଆ ଲାଗୁଥିବ ଆଉ ଆଶ୍ଚର୍ଯ୍ୟ ମଧ୍ୟ । କିନ୍ତୁ ଆପଣ ଘରେ ହିଁ ଏହି ହରବାଲ୍ ଦୀପକୁ ପ୍ରସ୍ତୁତ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ତାହାକୁ ଜଳାଇ କବାଟ, ଝରକା ଓ ସନ୍ତସନ୍ତିଆ ସ୍ଥାନରେ ରଖିଦିଅନ୍ତୁ । ଦେଖିବେ ଆପଣଙ୍କ ଘରେ ଗୋଟିଏ ମଧ୍ୟ ମଶା ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ଭାବେ ପ୍ରସ୍ତୁତ କରାଯିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ନିମ ତେଲ, ୫-୬ କୋଲା ରସୁଣ, ୧ଚାମଚ ସୋରିଷ ତେଲ ଓ ୨ଟି ପୂଜା କର୍ପୁରର ଆବଶ୍ୟକତା ରହିଛି । ପ୍ରଥମେ ରସୁଣକୁ ନିମ ତେଲରେ କିଛି ସମୟ ଭିଜାଇ ରଖନ୍ତୁ । ଏହାପରେ ରସୁଣକୁ ବାଟି ଦିଅନ୍ତୁ । ଏହାପରେ ତାହାକୁ ଗୋଟିଏ ମାଟି ଦୀପରେ ରଖନ୍ତୁ । ସେଥିରେ ୧ ଛୋଟ ଚାମଚ ନିମ ତେଲ ଏବଂ ଗୋଟିଏ ବଡ଼ ଚାମଚ ସୋରିଷ ତେଲ ପକାନ୍ତୁ । ତାହା ଭଲ ଭାବେ ଜଳିବା ପାଇଁ ସେଥିରେ ପୂଜା କର୍ପୁରକୁ ଗୁଣ୍ଡ କରି ପକାନ୍ତୁ । ସେଥିରେ ଗୋଟିଏ ସଳିତାକୁ ବୁଡ଼ାଇ ରଖନ୍ତୁ ଏବଂ ଦୀପକୁ ଜଳାନ୍ତୁ । ଏଭଳି ୨-୩ଟି ଦୀପ ପ୍ରସ୍ତୁତ କରି ଝରକା ଓ କବାଟ ପାଖରେ ରଖନ୍ତୁ । ଦୀପ କିଛି ସମୟ ଜଳିବା ପରେ କବାଟ ଝରକା ଖୋଲି ଦିଅନ୍ତୁ । ଯାହାଦ୍ୱାରା ମଶା ଘରୁ ବାହାରି ଯିବେ । ଏହି ଉପାୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ । ତେଣୁ ଥରେ ଏହି ଉପାୟକୁ ବ୍ୟବହାର କରି ଦେଖନ୍ତୁ । \n