ଓସ୍କାର ଦୌଡ଼ରେ ‘ଗଲିବୟ’

0
32
advertisement

ଫିଲ୍ମ ଦୁନିଆର ସବୁଠାରୁ ବଡ଼ ସମ୍ମାନ ଓସ୍କାର ଆୱାର୍ଡ଼ ପାଇଁ ଭାରତୀୟ ଶ୍ରେଣୀରେ ‘ଗଲିବୟ’ର ନାମାଙ୍କନ କରାଯାଇଛି । ରଣବୀର୍ ସିଂ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମର କାହାଣୀ ବସ୍ତିର ଜଣେ ଯୁବକ ଉପରେ ଆଧାରିତ, ଯିଏକି ନିଜର ଚେଷ୍ଟା ଓ ଆଗ୍ରହ ବଳରେ ଜଣେ ପ୍ରତିଷ୍ଠିତ ରକ୍ ଷ୍ଟାର୍ ଭାବେ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ବେଷ୍ଟ୍ ଇଣ୍ଟରନ୍ୟାସନାଲ୍ ଫିଚର୍ ଫିଲ୍ମ ଶ୍ରେଣୀରେ ୯୨ ତମ ଏକାଡେମି ଆୱାର୍ଡ଼ ପାଇଁ ଚୟନ କରାଯାଇଛି । ଭାରତୀୟ ଫିଲ୍ମ ଫେଡରେସନ୍ ପକ୍ଷରୁ ଏହାର ଘୋଷଣା କରାଯାଇଥିଲା ।

ଏଫଏଫଆଇର ଜେନେରାଲ୍ ସେକ୍ରେଟାରୀ ସୁପର୍ଣ୍ଣ ସେନ୍ଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ଓସ୍କାର ଦୌଡ଼ରେ ୨୭ଟି ଫିଲ୍ମ ରହିଛି । ଉତ୍ତରାଖଣ୍ଡର ଜଣେ ଚାଷୀଙ୍କ ଜୀବନ ଉପରେ ଆଧାରିତ ପ୍ରାମାଣିକ ଫିଲ୍ମ ‘ମୋତିବାଗ୍’ ମଧ୍ୟ ଭାରତୀୟ ଫିଲ୍ମ ଶ୍ରେଣୀରେ ଅଛି । କହିରଖୁଛୁ ୫୦ କୋଟି ବଜେଟରେ ନିର୍ମିତ ‘ଗଲିବୟ’ ବକ୍ସ ଅଫିସରେ ପ୍ରାୟ ୧୪୦ କୋଟିର ବ୍ୟବସାୟ କରିଥିଲା । ‘ଗଲିବୟ’ ଓସ୍କାର ଦୌଡ଼ରେ ସାମିଲ୍ ହେବା ଖବର ଶୁଣିବା ପରେ ରଣବୀର୍ ଓ ଆଲିଆଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।