ଆଜି ଛାଡ଼ଖାଇ, ମଙ୍ଗଳବାର ଯୋଗୁ ବେପାର ମାନ୍ଦା

ଭୁବନେଶ୍ବର, (ଓଡିଶା ଟାଇମ୍) : ମଙ୍ଗଳବାର ଅର୍ଥାତ ଆଜି ଛାଡ଼ଖାଇ। ଅନେକଙ୍କ ପାଇଁ ଏହି ବାର ପାଣିଚିଆ ହୋଇଛି। ହେଲେ ଏଥର ଛାଡ଼ଖାଇ ମଙ୍ଗଳବାର ପଡ଼ୁଥିବାରୁ ପାଣି ଫୋଟକା ପରି ମିଳାଇ ଯାଇଛି ସବୁ ମଜା । ଅପେକ୍ଷା ଆସନ୍ତା କାଲିକୁ। ମଙ୍ଗଳବାରରେ ଛାଡଖାଇ ପଡିଥିବାରୁ ମାଛ ମାର୍କେଟରେ ବିଶେଷ ଭିଡ଼ ଜମିନାହିଁ।

ବେପାରୀମାନେ ମଧ୍ୟ ଆଜି ହାତ ଟେକି ବସିଥିବା ବେଳେ ଆସନ୍ତାକାଲି ଭିଡ଼ ଜମିବ ବୋଲି ଆଶା ରଖିଛନ୍ତି। ବହୁ ବ୍ୟବସାୟୀ ଆଜି ମଧ୍ୟ ପସରା ମେଲାଇ ଭଳିକି ଭଳି ମାଛ ସହ  କଙ୍କଡା, ଚିଙ୍ଗୁଡି ସଜାଡ଼ଇ ରଖିଛନ୍ତି। ହେଲେ ଆଶା ଅନୁଯାୟୀ ଗରାଖ ଆସୁ ନ ଥିବାରୁ ସେମାନେ ମନ ଊଣା କରିଥିବା ବେଳେ କାଲି ଭଲ ବେପାର ଜମିବ ବୋଲି ମଧ୍ୟ କହୁଛନ୍ତି।

୪ନଂ ହାଟ​‌ରେ ଆମିଷ ବେପାର ବେଶ୍‌ ଜମିବ ବୋଲି ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ୨୦ଟି ମାଂସ ଦୋକାନ ଆଗରେ ଖାସି ବନ୍ଧା ସରିଥିବାବେଳେ ଚିକେନ ଦୋକାନୀ ବଏଲର, ଦେଶୀ ଓ ବନରାଜ କୁକୁଡ଼ା ବିଭିନ୍ନ ଫାର୍ମରୁ ମଗାଇ ମହଜୁଦ ରଖିଛନ୍ତି। ମାଛଗଦି ବାଲା ଆନ୍ଧ୍ର, ବାଲୁଗାଁ, ପାରାଦୀପ ଓ ଧାମରା ଅଞ୍ଚଳରୁ ପ୍ରାୟ ୧୮ଟନ୍‌ ମାଛ ମଗାଇଛନ୍ତି।

Leave a Reply

Your email address will not be published.