କାଲିଠୁ ଘରେ ପହଞ୍ଚିବ ମଦ, ୫୦ ପ୍ରତିଶତ ଅଧିକ ମହଙ୍ଗା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାର ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ତେବେ ଦୋକାନ ବା ରିଟେଲ୍‌ କାଉଣ୍ଟରରେ ମଦ ବିକ୍ରି ହେବ ନାହିଁ। ବ୍ୟବସାୟୀ ଏବଂ ଅନ୍‌ଲାଇନ୍‌ କମ୍ପାନୀମାନେ ମଦ ବିକ୍ରି କରିପାକରିବେ। ଏଥିଲାଗି ସେମାନଙ୍କୁ  ମୋବାଇଲ୍‌ ନମ୍ବର ଏବଂ ଓ୍ବେସାଇଟ୍‌ ତଥା ହ୍ବାଟ୍ସଆପ୍‌ ବ୍ୟବହାର କରିବାକୁ ହେବ। ୟୁପିଆଇ ଯୋଗେ ପଇସା ନେଣ ଦେଣ ହେବ। କିନ୍ତୁ କୌଣସି ପ୍ରକାରେ ଦୋକାନ ଆଗରେ ବିକଅି ହେବ ନାହିଁ।

ଉଭୟ ଅନ୍‌ ଓ ଅଫ୍‌ ଶପ୍‌ ପାଇଁ ଏହି ଅନୁମତି ଦିଆଯାଇଛି। ତେବେ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟରେ ମଦ ୫୦ ପ୍ରତିଶଷତ ଅଧିକ ଦରରେ ବିକ୍ରି ହେବ। ଏହି ୫୦ ପ୍ରତିଶତ ଟିକସ ଆକାରରେ ଲାଗିବ। ଏହା କୋଭିଡ୍‌ ଟିକସ ରହିବ। ଏହି ଅର୍ଥକୁ କୋଭିଡ୍‌ ରୋଗୀଙ୍କ ପାଇଁ ଖର୍ଚ କରାଯିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

୧୦୦ ଟଙ୍କାରେ ହୋମ୍‌ ଡେଲିଭରୀ

ରାଜ୍ୟରେ ହୋମ୍‌ ଡେଲିଭରୀ ସେବା ସକାଳ ସାତଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ସାଧାରଣ ହୋମ୍‌ ଡେଲିଭରୀ ବା ଦୋକାନୀଙ୍କ ହୋମ୍‌ ଡେଲିଭରି ସହ ଜୋମାଟୋ ଏବଂ ସ୍ଵିଗୀ ଭଳି ଆଗ୍ରିଗେଟର ମଧ୍ୟ ହୋମ୍‌ ଡେଲିଭରୀ କରିପାରିବେ। ଏଥିଲାଗି ୧୦୦ଟଙ୍କାରୁ ୩୦୦ ଟଙ୍କା ଯାଏ ଅଧିକ ଦେୟ ସେମାନେ ଆଦାୟ କରିବାକୁ ରାଜ୍ୟ ଅବକାରୀ ବିଭାଗ ତାଙ୍କୁ କ୍ଷମତା ଦେଇଛି। କିନ୍ତୁ ମଦର ଏମ୍‌ଆର୍‌ପି ଉପରେ ସେମାନେ କୌଣସି ଅଧିକ ଦର ଲାଗୁ କରିପାରିବେ ନାହିଁ। ପ୍ରଥମ ହଜାର ଟଙ୍କା ଯାଲ ୧୦୦ ଟଙ୍କା ଏବଂ ପରବର୍ତ୍ତୀ ୫୦୦ ଟଙ୍କାର ଅର୍ଡର ପାଇଁ ୨୫ ଟଙ୍କା ଅଧିକ ଚାର୍ଜ ବ୍ୟବସ୍ଥା କରାଯାଇଛି।

ପୁଣି ଏହି ହୋମ୍‌ ଡେଲିଭରୀ ସେବା ପାଇଁ ପ୍ରଥମେ ସମ୍ପୃକ୍ତ ସଂସ୍ଥାକୁ ଅବକାରୀ ବିଭାଗର ଅନୁମତି ନେବାକୁ ହେବ। ସେମାନଙ୍‌କ ନା: ଓ ଟିକଣାକୁ ଓଡ଼ିଶା ମଦ ନିଗମ ତାଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ କରିବେ ବୋଲି କହିଛନ୍ତି।

 

Leave a Reply

Your email address will not be published.