ଇଭନିଂ ସ୍ନାକ୍ସରେ ଖାଆନ୍ତୁ ସୁଜି ବ୍ରେଡ୍ ସାଣ୍ଡୱିଚ୍‌, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବିନା କାରଣରେ ଘରୁ ବାହାରିବା ଉପରେ କଟକଣା ମଧ୍ୟ ଲଗାଯାଇଛି । ଏହି ସମୟରେ ଗୃହିଣୀ ମାନେ ଟିକେ ଚିନ୍ତିତ ହୋଇପଡନ୍ତି ଯେ କିପରି ପ୍ରତିଦିନ ପିଲାଙ୍କ ନୂଆ ନୂଆ ରୋଷେଇ କରି ଖୁଆଇବେ ।

ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ସୁଜି ବ୍ରେଡ୍ ସାଣ୍ଡୱିଚ୍ । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହି ସ୍ନାକ୍ସ କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।

ସାମଗ୍ରୀ-

ସୁଜି. ଶିମଳା ଲଙ୍କା, ଟମାଟର, ପିଆଜ, ଦହି, ରିଫାଇନ୍ ତେଲ, ବ୍ରେଡ୍‌, ଧନିଆ ପତ୍ର ଓ କଞ୍ଚା ଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଏକ ଗିନାରେ ଗୋଟିଏ କପ୍ ସୁଜି ନିଅନ୍ତୁ । ପରେ ସେହି ସୁଜି ଦରକାର ଅନୁଯାୟୀ ଦହି ମିଶାନ୍ତୁ । ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ ମିଳାଇବା ପରେ ସେଥିରେ କିଛି ପାଣି ମିଶାଇ ପତଳା ଘୋଳ ତିଆରି କରନ୍ତୁ ।

ଏହାକୁ ପାଖାପାଖି ୧୦ରୁ ୧୫ମିନିଟ୍ ଯାଏଁ ଛାଡି ଦିଅନ୍ତୁ । ପରେ ଗ୍ୟାସ୍ ଜଳାଇ କଢାଇ ବସାନ୍ତୁ, ସେଥିରେ କିଛି ତେଲ ପକାନ୍ତୁ । ଏବେ ଏହି ଘୋଳକୁ ବ୍ରେଡ୍ ର ଦୁଇପଟେ ଭଲଭାବେ ଲଗାଇ ଦିଅନ୍ତୁ । ପରେ ତାହାକୁ କଢେଇ କିମ୍ବା ପ୍ୟାନ୍ ପକାଇ ଦିଅନ୍ତୁ । ଏହା ସମାନ୍ୟ ଗ୍ଲୋଡେନ୍ ରଙ୍ଗର ହେବା ଯାଏଁ ସେକନ୍ତୁ ।

ତା’ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସୁଜି ବ୍ରେଡ୍ ସାଣ୍ଡୱିଚ୍ । ଯାହାକୁ ଆପଣ ଗରମ ଗରମ ପ୍ଲେଟରେ ପରଷି ଇଭନିଂ ସ୍ନକ୍ସର ମଜା ଉଠାଇପାରିବେ ।

Leave a Reply

Your email address will not be published.