କରୋନା ତାଣ୍ଡବ; ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ୬ ଲକ୍ଷ ପାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଶ୍ଵରେ କରୋନା ତାଣ୍ଡବ ଜାରି ରହିଥିବା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୧୩,୬୫୭ରେ ପହଞ୍ଚିଛି।

ଭାରତ ବିଶ୍ଵରେ ୩ୟ ସଂକ୍ରମିତ ରାଷ୍ଟ୍ର ଭାବେ ରହିଛି। ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୪,୩୧୩,୬୫୭ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୬ ଲକ୍ଷ ୦୨ ହଜାର ୭୭୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୪୦,୧୨୦ ରହିଥିବା ବେଳେ ବ୍ରାଜିଲରେ ୭୮,୭୭୨ ରହିଛି । ଏଥିସହିତ ୟୁନାଇଟେଡ୍ କିଙ୍ଗଡମରେ ମୃତକଙ୍କ ସଂଖ୍ୟା ୪୫,୩୫୮ରେ ପହଞ୍ଚିଛି ଏବଂ ଭାରତରେ ୨୬ ହଜାର ୮୧୬ ରହିଛି ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ପାଖାପାଖି ନୂଆ ୨୫୯,୮୪୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ୭୭ ହଜାର ୬୧୮ରୁ ଅଧିକ ଟପିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬, ୮୧୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ଆକ୍ଟିଭ୍ କେସ୍ ୩ ଲକ୍ଷ ୭୩ ହଜାର ୩୭୯ ରହିଛି । ଏହା ବ୍ୟତୀତ ୬ ଲକ୍ଷ ୭୭ ହଜାର ୪୨୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

Leave a Reply

Your email address will not be published.