କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରତୀକ ସିଂ
କଟକ, (ଓଡିଶା ଟାଇମ୍) : କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ପୂର୍ବତନ ଡିସିପି ଅଖିଳେଶ୍ୱର ସିଂ ଙ୍କ ଠାରୁ ଦାୟିତ୍ୱଭାର ସେ ଗ୍ରହଣ କରିଛନ୍ତି ।
କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୂଚନା ଦେଇ କହିଛନ୍ତି ଯେ ପୋଲିସର କାର୍ଯ୍ୟପନ୍ଥା ଲୋକାଭିମୁଖ୍ୟ ହେବ । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । କଟକ ସହରରେ ଅପରାଧୀ ଦମନ ଅଭିଯାନ ପୂର୍ବ ଭଳି ଜାରି ରହିବ । କଟକ ସହରରେ ଅପରାଧୀମାନଙ୍କ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।