ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ- ଗଞ୍ଜାମ ଜିଲାପାଳ
ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମରେ ମାସ୍କ ପିନ୍ଧା ଉପରେ ଗୁରୁତ୍ୱ । ଯାତ୍ରାବେଳେ ପାସେଞ୍ଜରମାନଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଅଟୋ, ରିକ୍ସା କି ବସରେ ଯାତାୟତ କରୁଛନ୍ତି, ସେମାନେ ମାସ୍କ ପିନ୍ଧିବେ । ସେହିପରି ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ନେଇପାରିବେନି ଗାଡି । ଏଥିପ୍ରତି ଗାଡି ଡ୍ରାଇଭର ସଜାଗ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ବାଧ୍ୟ । ନହେଲେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ସୂଚନାନୁସାରେ, ଯେଉଁଭଳି ଭାବରେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅନ୍ଲକ୍ 4କୁ କିଛିଟା କୋହଳ କରିଛନ୍ତି ।ଲୋକମାନେ ଜୀବନ ଜୀବିକା ସାଥ ସାଥ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
Passengers must wear mask ???? while travelling in Auto rickshaw ???? and Buses. Also passenger limit must be followed. Drivers of vehicles has to ensure it. Otherwise action will be initiated against owners of vehicle.@CMO_Odisha @HFWOdisha @CTOdisha
— Collector & District Magistrate, Ganjam (@Ganjam_Admin) September 8, 2020