ମାର୍ଚ୍ଚ ମାସରେ ଇନ୍ଧନ ବ୍ୟବହାର ୧୮% ହ୍ରାସ

ଭୁବନେଶ୍ଵର (ଓଟି): ଦେଶବ୍ୟାପୀ ଲକ୍‌ଡାଉନ୍‌ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଗମନାଗମ ସ୍ଥାଣୁ କରି ଦେଇଥିବାରୁ ମାର୍ଚ୍ଚ ମାସରେ ଭାରତର ଇନ୍ଧନ ବ୍ୟବହାର ୧୮% ହ୍ରାସ ପାଇଛି । ଏକ ଦଶନ୍ଧିରୁ ଅଧିକ ସମୟ ଅବଧିରେ ଏହା ହେଉଛି ଦେଶରେ ଇନ୍ଧନ ଚାହିଦାର ସର୍ବାଧିକ ହ୍ରାସ ।

ମାର୍ଚ୍ଚ ମାସରେ କେବଳ ୭ଦିନ ଲକ୍‌ଡାଉନ୍‌ ଥିବାରୁ ଏହା ୧୮% ଥିବାବେଳେ ଏପ୍ରଲ ମାସରେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଗୁରୁବାର ଦିନ ରିଲିଜ୍ ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ଡିଜେଲ୍, ପେଟ୍ରୋଲ ଏବଂ ଆଭିଏସନ୍ ଟର୍ବାଇନ୍ ଫୁଏଲର ଚାହିଦା କମି ଯିବାରୁ ମାର୍ଚ୍ଚ ମାସରେ ଭାରତର ପେଟ୍ରୋଲିୟମ୍ ଉତ୍ପାଦ ବ୍ୟବହାର ୧୭. ୭୯% ରୁ ୧୬. ୦୮% ମିଲିୟନ୍ ଟନ୍ କମିଯାଇଛି ।

Leave a Reply

Your email address will not be published.