ମୁହଁରେ ମାସ୍କ ନଥିଲେ ଗଞ୍ଜାମରେ ଗ୍ରୋସରୀ ମନା

ଗଞ୍ଜାମ(ଓଟି): ମାସ୍କ ନଥିଲେ ଗ୍ରୋସରୀ କି ପନିପରିବା ମିଳିବନି । ଖାଲି ସେତିକି ନୁହେଁ ଏଣିକି ମାସ୍କ ପିନ୍ଧିନଥିଲେ ଦୋକାନୀ ଔଷଧ ବି ଦେବେନି । ଗଞ୍ଜାମ ଜିଲ୍ଲାପାଳ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଆରା ନିଷ୍ପତି ନେଇଛନ୍ତି ।

ଯେକୌଣସି ବି ଗ୍ରାହକ ଯଦି ଆଜିଠାରୁ ମାସ୍କ ପିନ୍ଧିବେନି ତେବେ ସେମାନଙ୍କୁ ଗ୍ରୋସରୀ, ପନିପରିବା ଏବଂ ଜରୁରୀ ଔଷଧ ବି ମିଳିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଦୋକାନୀ ନିଜ ନିଜ ଦୋକାନ ବାହାରେ ଏନେଇ ନୋଟିସ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଦୋକାନୀ ନୋଟିସ ଲଗାଇବେନି ଏବଂ ବିନା ମାସ୍କରେ ଲୋକଙ୍କୁ ସାମଗ୍ରୀ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply

Your email address will not be published.