‘ବିଗ୍ ବସ୍-୧୩’ର ପ୍ରତିଯୋଗୀ ତାଲିକାରେ ମୁଗ୍ଧାଙ୍କ ନାମ ସାମିଲ

ଟେଲି ଦୁନିଆର ଲୋକପ୍ର୍ରିୟ ରିଏଲିଟି ଶୋ’ ‘ବିଗ୍ ବସ୍’ର ୧୩ ତମ ସଂସ୍କରଣ ଅନଏୟାର୍ ହେବ ବୋଲି ଖବର ଆସିବା ପରଠାରୁ ଏହାର ପ୍ରତିଯୋଗୀଙ୍କୁ ନେଇ ଦର୍ଶକ ମହଲରେ ଅନେକ ଚର୍ଚ୍ଚା ଲାଗିରହିଛି । କେଉଁମାନେ ହେବେ ବିଗ୍ ହାଉସର ପ୍ରତିଯୋଗୀ, ସେ ସମ୍ପର୍କିତ ଅନେକ ଖବର ସୋସିଆଲ୍ ମିଡିଆରେ ଛାଇ ରହିଛି । ଏବେ ଏହି ଧାରାରେ ଆଉ ଜଣେ ତାରକାଙ୍କୁ ବିଗ୍ ହାଉସରେ ଏଣ୍ଟ୍ରି ମିଳିଛି । ସେ ହେଉଛନ୍ତି ମଡେଲ୍ ଓ ଅଭିନେତ୍ରୀ ମୁଗ୍ଧା ଗଡସେ । ସୂଚନାଯୋଗ୍ୟ ଏହା ପୂର୍ବରୁ ମୁଗ୍ଧାଙ୍କ ବୟଫ୍ରେଣ୍ଡ୍ ରାହୁଲ୍ ଦେବ ‘ବିଗ୍ ବସ୍୧୦’ର ପ୍ରତିଯୋଗୀ ଭାବେ ନଜର ଆସିଥିଲେ ।

‘ବିଗବସ୍-୧୩’ରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥର ବିଗ୍ ହାଉସର ଲୋକେସନ୍ ମଧ୍ୟ ବଦଳିଛି । ନୂଆ ଲୋକେସନ୍ ଭାବେ ଗୋରେଗାଓଁ ଫିଲ୍ମ ସିଟିରେ ବିଗ୍ ହାଉସ୍ ସେଟ୍ ପ୍ରସ୍ତୁତ ହୋଇଛି । ସେପ୍ଟେମ୍ବର ଶେଷ ଭାଗରେ ଅନଏୟାର୍ ହେବାର ଯୋଜନା ରହିଥିବା ଏହି ଶୋ’ର ପ୍ରତିଯୋଗୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି – ଜରିନ୍ ଖାନ୍, ଚଙ୍କି ପାଣ୍ଡେ, ରାଜପାଲ ଯାଦବ, ବରିନା ହୁସେନ୍, ଦେବୋଲିନା ଭଟ୍ଟାଚାର୍ଯ୍ୟ, ଅଙ୍କିତା ଲୋଖଣ୍ଡେ, ରାକେଶ ବରିଷ୍ଠ, ମାହିକା ଶର୍ମା, ଡେନି ଡି, ବଙ୍ଗାଳୀ ଫିଲ୍ମ ତାରକା ଜିତ୍, ଚିରାଗ ପାସୱାନ୍, ବିଜେନ୍ଦର୍ ସିଂ, ରାହୁଲ୍ ଖଣ୍ଡେଲୱାଲ୍, ହିମାଂଶ କୋହଲି, ମହିମା ଚୌଧୁରୀ, ମେଘନା ମଲ୍ଲିକ, ମହାକ୍ଷୟ ଚକ୍ରବର୍ତ୍ତି, ଦୟାନନ୍ଦ ସେଟ୍ଟି, ମେକଅପ୍ ଆର୍ଟିଷ୍ଟ୍ ଫୈଜି ବୁ, ରିତୁ ବେରି, ସୋନଲ୍ ଚୌହାନ୍, ସିଙ୍ଗର୍ ଫାଜିଲପୁରି ରାହୁଲ୍ ଯାଦବ ଓ ସିଦ୍ଧାର୍ଥ ଶୁକ୍ଲା ।

Leave a Reply

Your email address will not be published.