‘ଅବତାର’ ଟାଇଟେଲ୍ ଦେଇଥିଲେ ଗୋବିନ୍ଦା, ମୁଖ୍ୟ ଭୂମିକା ପାଇଁ ମିଳିଥିଲା ଅଫର୍

0
170
advertisement

୨୦୦୯ରେ ରିଲିଜ୍ ହୋଇଥିବା ସୁପର୍ ନ୍ୟାଚୁରାଲ୍ ବ୍ଲକବଷ୍ଟର୍ ଫିଲ୍ମ ‘ଅବତାର’ ପାଇଁ ଗୋବିନ୍ଦାଙ୍କୁ ଅଫର୍ ମିଳିଥିଲା । ନିକଟରେ ଏକ ମିଡିଆ ସାକ୍ଷାତକାରରେ ଗୋବିନ୍ଦା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଜେମସ୍ କ୍ୟାମେରନ୍ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଗୋବିନ୍ଦାଙ୍କୁ ସାଇନ୍ କରିବାକୁ ଚାହୁଁଥିଲେ । କିନ୍ତୁ କାହାଣୀର ଚରିତ୍ର ଅନୁଯାୟୀ ଲଗାତାର ୧୪୦ ଦିନ ସୁଟିଂରେ ବଡ଼ିପେଣ୍ଟି ଙ୍ଗ୍ କରିବାକୁ ଚାହୁଁନଥିଲେ ଗୋବିନ୍ଦା । ତେଣୁ ସେ ଏହି ଫିଲ୍ମ ପାଇଁ କ୍ୟାମେରନଙ୍କୁ ମନା କରିଥିଲେ । ଏହା ସହିତ ଗୋବିନ୍ଦା ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜେ ଏହି ଫିଲ୍ମର ନାମକରଣ କରି କ୍ୟାମେରନଙ୍କୁ ଜଣାଇଥିଲେ ।

କ୍ୟାମେରନଙ୍କୁ ଟାଇଟେଲଟି ଖୁବ୍ ପସନ୍ଦ ଆସିଥିଲା ଏବଂ ଗୋବିନ୍ଦାଙ୍କ ଅନୁଯାୟୀ ଫିଲ୍ମର ନାଁ ରଖାଗଲା ‘ଅବତାର’ । କେବଳ ଅବତାର ନୁହେଁ କୌଣସି ନା କୌଣସି କାରଣ ପାଇଁ ‘ଗଦ୍ଦର’, ‘ତାଲ୍, ‘ଚାନ୍ଦିନୀ’ ଓ ‘ଦେବଦାସ୍’ ଭଳି ଅନେକ ଫିଲ୍ମର ଅଫରକୁ ମଧ୍ୟ ଗୋବିନ୍ଦା ହାତଛଡ଼ା କରିଛନ୍ତି । ୨୦୦୯ ପରେ ୨୦୧୨ରେ ଗୋବିନ୍ଦାଙ୍କ ଅଭିନୀତ ‘ଅବତାର’ ନାମକ ଆଉ ଏକ ଫିଲ୍ମ ରିଲିଜ୍ ଅପେକ୍ଷାରେ ଥିଲା । କିନ୍ତୁ କୌଣସି କାରଣ ପାଇଁ ଏହା ରିଲିଜ୍ ହୋଇପାରିଲା ନାହିଁ । ‘ଅବତାର’ ସମ୍ପର୍କରେ ଏଭଳି କିଛି ସୂଚନା ପାଇଁ ଏବେ ଗୋବିନ୍ଦା କିଛି ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଦ୍ୱାରା ଟ୍ରୋଲ୍ ହେଉଛନ୍ତି । କ୍ୟାମେରନଙ୍କ ‘ଅବତାର୨’ ଆଗାମୀ ୨୦୨୧ରେ ସିନେମାଘରକୁ ଆସିବ ବୋଲି ସୂଚନା ମିଳିଛି ।