କରୋନା ପାଇଁ ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ମୁବାକିଲା ପାଇଁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଚଳିତବର୍ଷ ବୋଲବମ ଉପରେ ଲାଗିଛି କଟକଣା । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଆରସି ପ୍ରଦୀପ ଜେନା କହଛନ୍ତି ଯେ, ଏ ବର୍ଷ ଶୈବପୀଠରେ ଜଳଲାଗି କରିପାରିବେନି କାଉଡିଆ । କରୋନ ସଂକ୍ରମଣକୁ ରୋକିବାକୁ ଶୈବପୀଠରେ ଜଳାଭିଶେକ ହେବନାହିଁ । କାଉଡିଆଙ୍କ ଭିଡ ଏଡାଇବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।’

ତେବେ ଶ୍ରାବଣ ମାସ ସୋମବାରରେ ପାଣି ନେଇ ଶୈବପୀଠ ଯାଇଥାନ୍ତେ କାଉଡିଆ । କିନ୍ତୁ କରୋନା ଯୋଗୁଁ ତାହା ବନ୍ଦ ହୋଇଛି ।

ରାଜ୍ୟରେ ଯେଉଁଭଳି ଭାବରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ତାହା ଏବେ ଚିନ୍ତାର କାରଣ ପାଲଟିଛି।ସୂଚନାଥାଉ କି, ଗତ ୨୪ ଘଣ୍ଟରେ ରାଜ୍ୟରୁ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୬୧କୁ ବୃଦ୍ଧି ପାଇଛି। 

Leave a Reply

Your email address will not be published.