ଗଞ୍ଜାମରେ କରୋନା ମୁକାବିଲା ପାଇଁ ୨ ଆଇଏଏସ୍ ଏବଂ ୬ ଓଏଏସଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏବେ ଦୁଇ ଦିନ ହେବ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗଞ୍ଜାମ ଜିଲା ପ୍ରଶାସନକୁ କରୋନା ମୁକାବିଲାରେ ସହାୟତା ପାଇଁ ୨ ଜଣ ଆଇଏଏସଙ୍କୁ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଏବଂ ଜିଲା ପ୍ରଶାସନକୁ ସହାୟତା ପାଇଁ ୬ ଜଣ ଓଏଏସଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

କରୋନା ପରିଚାଳନା ପାଇଁ ଆଇଏଏସ ପାରୁଲ ପଟାୱାରୀ ଛତ୍ରପୁର ଉପଖଣ୍ଡ  ଓ ବିଶାଲ ସିଂହ ସ୍ପେଶାଲ ଏଡିଏମ୍(ଇନ୍‌-ଚାର୍ଜ) ଭାବେ ଭଞ୍ଜନଗର ଉପଖଣ୍ଡରେ କାର୍ଯ୍ୟ କରିବେ।

ସେହିପରି ଜିଲା ପ୍ରଶାସନକୁ କୋରାନା ମୁକାବିଲାରେ ସହାୟତା କରିବା ପାଇଁ ୬ ଜଣ ଓଏଏସଙ୍କୁ ମଧ୍ୟ ଗଞ୍ଜାମ ଯିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଓଏଏସ୍ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ ଗଞ୍ଜାମ ପ୍ରଶାସନକୁ କରୋନା ମୁକାବିଲା ଯେତ୍ରରେ ସହାୟତା ପାଇଁ ନିଯୁକ୍ତ ହୋଇଛନ୍ତି। ଏହି ୬ ଜଣ ଓଏଏସ ଅଫିସର ଜିଲା ପ୍ରଶାସନର ନିର୍ଦେଶରେ କାର୍ଯ୍ୟ କରିାବେ ବୋଲି ଜଣାପଡିଛି।

Leave a Reply

Your email address will not be published.