ଆଗାମୀ ୪ଦିନ ଲାଗିରହିବ ବର୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଉତ୍ତରପୂର୍ବ ବିହାରରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ଥିବାରୁ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମୌସୁମି ସକ୍ରିୟ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ପାରାଦ୍ବୀପରେ ସର୍ବାଧିକ ୫୩ ମିମି ବର୍ଷା ହୋଇଛି।

ସେହିପରି ଭବାନିପାଟଣାରେ ୪୧, ହୀରାକୁଦରେ ୩୮, ବାରିପଦାରେ ୨୯, କଟକରେ ୨୫, ଭୁବନେଶ୍ବରରେ ୧୯, ଅନୂଗୋଳରେ ୨୧, ଝାରସୁଗୁଡ଼ା​‌ରେ ୨୨, ସୁନ୍ଦରଗଡ଼ରେ ୨୪, ତାଳଚେରରେ ୩୨, ଟିଟିଲାଗଡ଼ରେ ୧୪, ନୟାଗଡ଼ରେ ୨୬, ରାୟଗଡ଼ାରେ ୨୧ ମିମି ବର୍ଷା ହୋଇଛି।

ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୪ଦିନ ରାଜ୍ୟରେ ବର୍ଷା ଲାଗିରହିବ। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରରେ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave a Reply

Your email address will not be published.