ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡା, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଧରା ପଡିଲେ ପିଇଓ  ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ହାତରେ ଧରା ପଡିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଧର୍ମାନନ୍ଦ ବେହେରା ।

ସେ ଏକ ପ୍ରକଳ୍ପର ଫାଇନାଲ ବିଲ୍ କରିଦେବା ପାଇଁ ଠିକାଦାର ଶୁବେନ୍ଦ୍ର କୁମାର ରାଉତରାୟଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ସ୍ଥାନୀୟ ଚଅଁପୁର ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା । ଧର୍ମାନନ୍ଦଙ୍କୁ  ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ୭ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟ ଗୁରୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.