ଅଭିନେତା-ସାଂସଦ ସନି ଦେଓଲଙ୍କୁ କରୋନା

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି ଟ୍ୱିଟ୍‌ କରି ଏହା କହିଛନ୍ତି। କିଛି ଦିନ ପୂର୍ବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published.