ହିନ୍ଦୁ ବିଶ୍ୱାସରେ ଶନିବାର ହେଉଛି ସବୁ ଶୁଭ କାମ ଆରମ୍ଭ କରିବାର ବେଳ

ଅନେକ ବିଶ୍ୱାସ, ପରମ୍ପରା ଆଉ ପୁରାଣକୁ ନେଇ ଆମ ଜୀବନର ସକାଳ ଆରମ୍ଭ ହୁଏ ଆଉ ଶେଷ ବି ହୁଏ । ସେଇ ପରମ୍ପରା ଭିତରେ ଅନେକ ଅନ୍ଧ ବିଶ୍ୱାସ ବି ରହିଛି । କିନ୍ତୁ ଯଦି କୌଣସି ଅନ୍ଧ ବିଶ୍ୱାସ ଆପଣଙ୍କ ଜୀବନର ମୋଡ଼କୁ ବଦଳାଉଛି ଆପଣଙ୍କୁ ଶୁଦ୍ଧ ଚିତ୍ତ ପ୍ରଦାନ କରିପାରୁଛି ତେବେ ସେଥିରେ ଦୋଷ ବା କ’ଣ!


ଏମିତି ଯୁକ୍ତି ଭିତରେ ଶନିବାରକୁ ଅନେକ ଶନିଦେବଙ୍କ ଦିନ ଭାବେ ଗ୍ରହଣ କରନ୍ତି । ।ନିଦେବଙ୍କ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଆସୁଛି କିନ୍ତୁ ନ୍ୟାୟର ଦେବତା ଶନିଦେବଙ୍କ ଲୋକଙ୍କୁ ସଦ୍‍ବୁଦ୍ଧି ଦିଅନ୍ତି ଆଉ ଧନ ଧାନ୍ୟରେ ବି ଭରି ଦିଅନ୍ତି। ତାଙ୍କୁ ଅର୍ପଣ କରାଯାଇଥିବା ଦିନଟି ଲୋକଙ୍କୁ ଶୁଭଫଳ ଦେଇଥାଏ ବୋଲି ଏହି ଦିନରେ ଅନେକ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ ।


ପ୍ରଥମେ ଜାଣିଦେବା ଶନି ଦେବ କିଏ?


ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର । ଆଉ ଯମ ଦେବଙ୍କ ଭାଇ । ଯେମିତି ଯମ ଦେବତା ମୃତ୍ୟୁ ପରେ ଆମର ଜୀବନ କାଳର ଧର୍ମ ଅଧର୍ମ ବିଚାର କରି ଫଳ ଦେଇଥାନ୍ତି ଠିକ୍‍ ସେହିଭଳି ଶନିଦେବ ଜୀବନକାଳ ଭିତରେ ମନ୍ୟୁଷ୍ୟର ଧର୍ମ ଅଧର୍ମ କାର୍ଯ୍ୟକୁ ବିଚାର କରି ଫଳ ପ୍ରଦାନ କରନ୍ତି ବା ଦଣ୍ଡ ଦିଧାନ କରନ୍ତି । କିନ୍ତୁ ଆମେ ସବୁବେଳେ ଶନି ଦେବତାଙ୍କୁ ଅଭିଶାପ ବା ଦଶା ଭାବେ ଗ୍ରହଣ କରିଥାଉ, ତାଙ୍କା ଶୁଭ କାର୍ଯ୍ୟକୁ ବିଚାର କରୁନା । ହେଲେ କର୍ମ ଫଳ ପ୍ରଦାନର ଦେବତା ହେଉଛନ୍ତି ଶନିଦେବ ।


ହିନ୍ଦୁ ବିଶ୍ୱାସରେ ଶନିବାର


ହିନ୍ଦୁ ଧର୍ମାବଲମ୍ବୀମାନେ ଶନିବାରକୁ କୌଣସି ଶୁଭ କାର୍ଯ୍ୟ ଆରମ୍ଭର ଦିନ ବୋଲି ଧାର୍ଯ୍ୟ କରନ୍ତି । ଏହିଦିନ ଶନିଦେବଙ୍କୁ ଅର୍ପଣ ହେଉଥିବରୁ ଶନିଦେବ ଖୁସି ହୋଇ ସମ୍ପୃକ୍ତ କାମକୁ ଆଗକୁ ବଢ଼ାଇଥାଆନ୍ତି ବୋଲି ବିଚାର କରାଯାଏ । କିନ୍ତୁ ମନେ ରଖିବା ଆବଶ୍ୟକ ଯେ ଶନିଦେବଙ୍କ ବିଚାର ସମ୍ପୂଣ୍ଣ ଭାବେ ନିରପେକ୍ଷ ହୋଇଥାଏ । ଯଦି ଆପଣ ଭଲ କାମ କରିଛନ୍ତି ତେବେ ଭଲ ଫଳ ଏବଂ ଯଦି ଖରାପ କାମ କରିଛନ୍ତି ତେବେ ଖରାପ ଫଳ ମିଳିଥାଏ ।


ଶନି ଦେବ ଓ ହନୁମାନ


ବିଶ୍ୱାସ ରହିଛି ଶନିଦେବଙ୍କୁ ବୀର ହନୁମାନ ଉଦ୍ଧାର କରିଥିଲେ । ଯେତେବେଳେ ରାବଣ ଶନିଦେବଙ୍କୁ ବନ୍ଦୀ କରିଥିଲେ ସେହି ସମୟରେ ବୀର ହନୁମାନ ଲଙ୍କାରେ ପ୍ରବେଶ କରି ଲଙ୍କାକୁ ପୋଡ଼ିଥିଲେ ଆଉ ଶନିଦେବଙ୍କୁ ଉଦ୍ଧାର କରିଥିଲେ । ଏଣୁ ହନୁମାନଙ୍କ ଭକ୍ତଙ୍କୁ ଶନିଦେବ ଅଧିକ ପ୍ରାଧାନ୍ୟ ଦେଇଥାଆନ୍ତି ବୋଲି ଶ୍ୱାସ ରହିଛି ।

Leave a Reply

Your email address will not be published.