ରାତି ୩ଟାରେ ଗୁଗୁଲରେ କ’ଣ ସର୍ଚ୍ଚ କରିଥିଲେ ସାରା, ଜାଣନ୍ତୁ

ବି ଟାଉନର ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କ ଅଲିଅଳୀ ଝିଅ ସାରା ଅଲ୍ଲୀ ଖାନଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜି ଏବେ ଆକାଶଛୁଆଁ । ‘କେଦାରନାଥ’ରୁ ବଲିଉଡ୍ ଡେବ୍ୟୁ କରିଥିବା ସାରାଙ୍କ ଦ୍ୱିତୀୟ ଫିଲ୍ମ ‘ସିମ୍ବା’ରେ ସେ ରଣବୀର୍ ସିଂଙ୍କ ଭଳି ଆଗଧାଡ଼ିର ଅଭିନେତାଙ୍କ ସହ ସ୍କ୍ରୀନ୍ ସେୟାର୍ କରିବାର ମଉକା ପାଇଥିଲେ । ସାରାଙ୍କ ଏଭଳି ସଫଳତା ପାଇଁ ସୋସିଆଲ୍ ମିଡିଆରେ ତାଙ୍କର ଫଲୋର୍ସଙ୍କ ସଂଖ୍ୟା ୮୦ଲକ୍ଷରୁ ଉର୍ଦ୍ଧ୍ୱ । ନିକଟରେ ସାରା ଭୋଗ୍ ମ୍ୟାନେଜିନ୍ ପାଇଁ ଏକ ସାକ୍ଷାତକାର ଦେଇଥିଲେ । ସେଥିରେ ସେ ନିଜର କିଛି ବ୍ୟକ୍ତିଗତ ତଥ୍ୟ ଉପରୁ ପର୍ଦ୍ଦା ଉଠାଇଛନ୍ତି ।

ସାରାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ – ଶେଷଥର ପାଇଁ ସେ ଗୁଗୁଲରେ କ’ଣ ସର୍ଚ୍ଚ କରିଥିଲେ । ଏହାର ଉତ୍ତର ଖୁବ୍ ମଜାଦାର୍ ଥିଲା । ସାରା କହିଥିଲେ ଯେ ଶେଷଥର ପାଇଁ ରାତି ୩ଟାରେ ସେ ମୁମ୍ବାଇସ୍ଥିତ ଏକ ଜାଗା ‘ମନୋରୀ’ର ରାସ୍ତା ଖୋଜିବା ପାଇଁ ଗୁଗୁଲ୍ ମ୍ୟାପ୍ ଡାରେକ୍ସନ୍ ପେଜ୍ ସର୍ଚ୍ଚ କରିଥିଲେ । କିନ୍ତୁ ସେହି ଜାଗା ମୁମ୍ବାଇଠାରୁ ମାତ୍ର ଦେଢଘଣ୍ଟା ଦୂରତାରେ ଅଛି । ଏତେ ପାଖରେ ଥାଇ ମଧ୍ୟ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିବା ଖୁବ୍ ମଜାଦାର ମୁହୂର୍ତ୍ତ ଥିଲା ।

ମ୍ୟାଗେଜିନ୍ ପକ୍ଷରୁ ଆଉ ଏକ ପ୍ରଶ୍ନ ଥିଲା ଯେ ସାରାଙ୍କୁ କେଉଁ ଇମୋଜି ସବୁଠାରୁ ପ୍ରିୟ । ଯେଉଁ ଇମୋଜିର ଆଖିରେ ଷ୍ଟାର୍ ଥାଏ, ସେହି ଇମୋଜି ସାରାଙ୍କର ଖୁବ୍ ପ୍ରିୟ । ସାରାଙ୍କୁ ଭୋଗ୍ ମ୍ୟାଗେଜିନର କଭର୍ ପେଜରେ ଦେଖିବା ପରେ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published.