ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲେ ସୁହାନା

କିଙ୍ଗ ଖାନଙ୍କ ରାଜକୁମାରୀ ସୁହାନା ଖାନ୍ ବିଦେଶରୁ ଗ୍ରାଜୁଏସନ୍ କରି ଫେରିଛନ୍ତି । ଏହି ଖୁସି ଖବରକୁ ଶାହରୁଖ୍ ଟ୍ୱିଟ୍ କରିବା ସହିତ ଏକ ଫଟୋ ମଧ୍ୟ ସେୟାର୍ କରିଛନ୍ତି । ସେହି ଫଟୋରେ ଶାହରୁଖ୍, ଗୌରୀ ଓ ସୁହାନା ନଜର ଆସୁଛନ୍ତି । କ୍ୟାପସନରେ ଲେଖାଅଛି – ୪ ବର୍ଷ ବିତିଗଲା । ଆଣ୍ଡ୍ରିଗଲି କଲେଜରୁ ଗ୍ରାଜୁଏସନ୍ ଶେଷ ହେଲା । ପିଜା, ରୋଲର ଯାତ୍ରା ସମାପ୍ତ ଏବଂ ବାସ୍ତବ ଦୁନିଆ ଭିତରେ ପ୍ରଥମ ପାଦ । ସ୍କୁଲ୍ ଶେଷ, ଶିଖିବା ନାହିଁ’ । ସୁହାନାଙ୍କୁ ଗ୍ରାଜୁଏସନ୍ ପରେ ସମ୍ମାନିତ କରିବା ସମୟର ଭିଡିଓକୁ ଗୌରୀ ଖାନ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଡ୍ରାମା କ୍ଷେତ୍ରରେ ସର୍ବୋକୃଷ୍ଟ ଯୋଗଦାନ ପାଇଁ ସୁହାନାଙ୍କୁ ସମ୍ମାନିତ କରାଯାଇଥିଲା ।

ଶାହରୁଖ୍ ନିଜ ସହିତ ସୁହାନାଙ୍କ ଏକ ଫଟୋ ଅପଲୋଡ୍ କରିବା ସହିତ କ୍ୟାପସନ୍ କରିଛନ୍ତି – ‘ସ୍କୁଲ୍ ମେ ଆଖିର୍ ଦିନ୍ । ଆଗେ ତୁମହାରି ଜିନ୍ଦେଗୀ ମେ ନେୟେ ଅନୁଭବ ଔର୍ ରଙ୍ଗ୍ ଯୋଡନେ ହେ’ । ସୁହାନା ଗ୍ରାଜୁଏସନ୍ ଶେଷ କରିଥିବାର ଖୁସି ଶାହରୁଖଙ୍କ ଚେହେରାରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଏବଂ ଏହି ଖୁସିକୁ ସେ ପ୍ରଶଂସକଙ୍କ ସହିତ ସେୟାର୍ କରିବାକୁ ଭୁଲିନାହାନ୍ତି ।

Leave a Reply

Your email address will not be published.