ଆକ୍ସନ୍ ଫିଲ୍ମ କରିବାକୁ ଚାହାନ୍ତି କିଙ୍ଗ୍ ଖାନ୍

‘ଜିରୋ’ ପରଠାରୁ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପ୍ରଶଂସକ ତାଙ୍କର ଆଗାମୀ ଫିଲ୍ମର ନାଁ ଶୁଣିବା ପାଇଁ ଚାତକ ଭଳି ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଶାହରୁଖଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ କୌଣସି ଖବର ନାହିଁ । ନିକଟରେ ଏକ ମିଡିଆ ସାକ୍ଷାତକାରରେ ଶାହରୁଖଙ୍କୁ ଏ ସମ୍ପର୍କିତ କିଛି ପଶ୍ନ ପଚାରା ଯାଇଥିଲା । ସେ ତାହାର ଉତ୍ତରରେ କହିଥିଲେ ଯେ – ଗତ ୧ ବର୍ଷ ମଧ୍ୟରେ ମୋ ପାଖକୁ ଅନେକ ସ୍କ୍ରିପ୍ଟ୍ ଆସିଛି । କିନ୍ତୁ ସେ ସବୁ ମୋ ପାଇଁ ଲେଖାଗଲା ଭଳି ଲାଗୁନାହିଁ । ଆଗାମୀ ଦିନରେ ମୁଁ ଏକ ଆକ୍ସନ୍ ଭିତ୍ତିକ ଫିଲ୍ମ କରିବାକୁ ଚାହୁଁଛି । ମୁଁ କିଛି ନୂଆ କରିବା ପାଇଁ ଅପେକ୍ଷା କରୁଛି । ମୁଁ ଭିଲିଆନ୍ ସହିତ ଫାଇଟ୍ କରିବା ସହିତ ୱାନଲାଇନର୍ସ କହିବାକୁ ଚାହେଁ । କିନ୍ତୁ ଦୁଃଖର ବିଷୟ ଯେ ମୋ ପାଇଁ କୌଣସି ଲେଖକ ଏଭଳି ଏକ କାହାଣୀ ଲେଖିନାହାନ୍ତି । ମୋ ପାଖରେ ବର୍ତ୍ତମାନ କୌଣସି ଫିଲ୍ମ ନାହିଁ କିମ୍ବା ମୁଁ କୌଣସି ଫିଲ୍ମ ସାଇନ୍ କରିନାହିଁ । କିନ୍ତୁ ଟ୍ୱିଟରର ଉଡ଼ା ଖବର ମାଧ୍ୟମରେ ଆଗାମୀ ଦିନରେ ମୋର ଅନେକଗୁଡ଼ିଏ ଫିଲ୍ମ ଆସିପାରେ’ । କିଙ୍ଗଖାନଙ୍କ ହାତର ବଲିଉଡର କୌଣସି ଫିଲ୍ମ ନଥିଲେ ମଧ୍ୟ କିଛି ଟିଭି ଶୋ’ ଓ ୱେବସିରିଜ୍ ମାଧ୍ୟମରେ ସେ ପ୍ରଶଂସକଙ୍କ ମନୋରଞ୍ଜନ କରିବେ ବୋଲି ଖବର ମିଳିଛି ।

Leave a Reply

Your email address will not be published.