ଚିତ୍ର ଭିତରୁ ପସନ୍ଦ କେଉଁଟି କହିବା କଷ୍ଟକର: ନନ୍ଦିତା ଦାସ

ମୁମ୍ବାଇ ସ୍ଥିତ ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଏକ ନୂଆ ଜନ୍ମ ପାଇଛନ୍ତି ସୁରୀଲ୍‌ ଦେଶାଇ। ଦୁଇବର୍ଷ ତଳେ ଏହି ହସ୍‌ପିଟାଲ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ଯାହାପରଠୁ ସେ ହଠାତ୍‌ ସୃଜନଶୀଳ ହୋଇ ଉଠିଲେ। ମନର ଭାବନାକୁ ଚିତ୍ର ମାଧ୍ୟମରେ ସଜାଇବା ଆରମ୍ଭ କଲେ ଆଉ ନିଜକୁ ଜଣେ ଚିତ୍ରକରର ଭାବେ ବି ଗଢ଼ି ତୋଳିଲେ।

ଯେତେବେଳେ ନିଜ ଉପରେ ଆତ୍ମବିଶ୍ଵାସ ଆସିଲା ସେଇ ହସ୍‌ପିଟାଲ୍‌କୁ ବାଛିଲେ ନିଜର କାହାଣୀ ବଣ୍ଣନା କରିବାକୁ। ଏହି ଅବସରରେ ଫିଲ୍ମ ଅଭିନେତ୍ରୀ ତଥା ନିର୍ଦେଶକ ନନ୍ଦିତା ଦାସ ତାଙ୍କୁ ଉତ୍ସାହିତ କରିଛନ୍ତି। ‘Hands That Touched The Heart’ ଶୀର୍ଷକ ଏହି ଚିତ୍ର ପ୍ରଦର୍ଶନୀକୁ ସେ ଉଦ୍‌ଘାଟନ କରି ଚିତ ପ୍ରତି ତାଙ୍କର ଦୁର୍ବଳତାକୁ ବଣ୍ଣନା କରିଛନ୍ତି। ସେ କହିଛନ୍ତି ଯେଯ, ଚିତ୍ର ଭିତରୁ ସବୁଠୁ ପସନ୍ଦ କେଉଁଟି ବାଛିବା କଷ୍ଟକର। ଏହିସବୁ ପେଣ୍ଟିଂରେ ମୋତେ ସ୍ଵତନ୍ତ୍ରତା ଦିଶୁଛି। ତାଙ୍କର ସବୁ ଚିତ୍ର ମୋତେ ପସନ୍ଦ ବୋଲି କହିଛନ୍ତି।

Leave a Reply

Your email address will not be published.