ଫଡ଼ନଭିସ୍‌ଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ (ଓଟି): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ଙ୍କୁ ଲାଗିଛି ଝଟ୍‌କା। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିବାବେଳେ ସେ ଏନେଇ ପୁନର୍ବିଚାର ଆବେଦନ କରିଥିଲେ। ଯାହାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

ସୂଚନା ଅନୁସାରେ ୨୦୧୪ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ଫଡ଼ନଭିସ ତାଙ୍କ ବିରୋଧରେ ଥିବା ୨ଟି ଆପରାଧିକ ମାମଲା ସମ୍ପର୍କରେ ଉଲ୍ଲେଖ କରିନଥିଲେ। ଏହି ମାମଲାର ବିଚାର କରିବା ପରେ ଫଡ଼ନଭିସ ଜାଣିଶୁଣି ଏଭଳି କରିଛନ୍ତି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏଥିସହ ଏଣିକି ନାଗପୁର ଟ୍ରାଏଲ କୋର୍ଟରେ ମାମଲାର ବିଚାର କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉକି, ଫଡ଼ନଭିସ୍ ମିଥ୍ୟା ସତ୍ୟପାଠ କରିଥିବା ନେଇ ସତୀଶ ଉଇକେଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଅଭିଯୋଗ ଦାଖଲ କରାଯାଇଥିଲା।

Leave a Reply

Your email address will not be published.