#ଲକ୍‌ଡାଉନ୍‌ ସରିଲେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହାର ଅବଧି ସରିବ ଆସନ୍ତା ୧୪ରେ।  ଉକ୍ତ ଅବଧି ସରିବା ପରେ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ଖୋଲାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ଏ ସମ୍ପର୍କରେ ରବିବାର ସବିଶେଷ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ସ୍କୁଲ, କଲେଜ୍ ଆଦି ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦଙ୍କ ନିରାପତ୍ତାକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ଦେଶରେ କରୋନା ଭାଇରସ୍ ସଂକ୍ରମଣର ସ୍ଥିତି ଯାଞ୍ଚ ପରେ ଶିକ୍ଷାନୁଷ୍ଠାନ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ କହିଛନ୍ତି। ତେବେ ଏକାଡେମିକ୍‌ ସେସନ୍‌ ପ୍ରତି କ୍ଷତି ନପହଞ୍ଚିବା ଦିଗରେ ସରକାର ଚିନ୍ତା କରୁଛନ୍ତି। ଠିକ୍‌ ସମୟରେ ସମସ୍ତ ପରୀକ୍ଷା ଓ ମୂଲ୍ୟାୟନ ସାରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.