କଳାହାଣ୍ଡିରେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : କଳହାଣ୍ଡି ଜିଲ୍ଲାରେ ଜଣେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ ବୋଲି ସୂଚନା ରହିଛି । କୋରୋନା ଲକ୍ଷଣ ନେଇ ସେ ହାବସପୁର କ୍ୱାରେଣ୍ଟାଇନରେ ଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିଲା । ହେଲେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ମେ’ ୨୧ ତାରିଖରେ ତାମିଲନାଡୁରୁ କଳାହାଣ୍ଡି ଫେରିଥିଲେ । ତାଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଦେଇଥିଲା । ପରେ କରୋନା ଲକ୍ଷଣ ନେଇ ସେ ହାବସପୁର କ୍ବାରେଣ୍ଟାଇନରେ ଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଆଜି ଜିଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିଲା । ଏ ନେଇ କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର ନିହାରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ସେପଟେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ ।

Leave a Reply

Your email address will not be published.