ଓଲଟିଲା ଯାତ୍ରୀବାହୀ ବସ ; ୧୨ ଆହତ, ୨ ଗୁରୁତର

ଭୁବନେଶ୍ବର , (ଓଡିଶା ଟାଇମ୍) : ଯାତ୍ରାବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ମୋହନା ଅନ୍ତର୍ଗତ ଅଡବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଓଲଟିଲା ବସ୍‌ । ଦୁର୍ଘଟଣାରେ ୧୨ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୪୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ରାୟଗଡ଼ାରୁ କଟକ ଯାଉଥିବାବେଳେ ଖ୍ରୀଷ୍ଟପୁର ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ର ସାମ୍ନା ପଟୁ ଏକ ଟ୍ରକ୍‌ ଚାଲି ଆସିବାରୁ ଦୁର୍ଘଟଣାରୁ ବର୍ତ୍ତିବା ଲାଗି ବସ୍‌ ଡ୍ରାଇଭର ଚେଷ୍ଟା କରିଥିଲେ। ତେବେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।ଖବର ପାଇ ଅଡ଼ବା ପୁଲିସ୍‌ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published.