ବିଜେପି ଟାର୍ଗେଟରେ ଆଇପିଏସ‍୍‌ ଅଧିକାରୀ

ଭାରତୀୟ ଜନତା ପାର୍ଟି ବୁଧବାର ୨ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ବଦଳି ଦାବି କରିଛି। ଉନ୍ନୟନ କମିସନର ତଥା ଗୃହ ସଚିବଙ୍କୁ ଭେଟି ବିଜେପି ଆଇଜି ଅମିତାଭ ଠାକୁର ଏବଂ ଡିଆଇଜି ଆଶିଷ ସିଂହ, ଗଞ୍ଜାମ ଏସପିଙ୍କ ବଦଳି ଦାବି କରିଛି। ବିଜେପିର ଅଭିଯୋଗ ଅନୁସାରେ ଏହି ୨ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରାଜ୍ୟ ସରକାରଙ୍କ ହାତବାରିସି ସାଜିଛନ୍ତି। ଅବାଧ ନିର୍ବାଚନ ପାଇଁ ଉଭୟ ଅଫିସରଙ୍କ ବଦଳି ଜରୁରୀ ଅଛି ବୋଲି ବିଜେପି କହିଛି। ରାଜ୍ୟ ସରକାର ଯେପରି ନଚାଉଛି ଗଞ୍ଜାମ ପୋଲିସ ସେହପିରି କରୁଛି ବୋଲି ବିଜେପି ଅଭିଯୋଗ କରିଛି। ନିର୍ବାଚନରେ ସ୍ବଚ୍ଛତା ପାଇଁ ଏହି ୩ ଜଣ ପୋଲିସ ଅଧିକାରୀଙ୍କ ବଦଳି ଦାବି କଲା ପ୍ରତିନିଧି ଦଳ।  ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ଯାଇଥିଲା ଟିମ୍।

Leave a Reply

Your email address will not be published.