ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡୀ କର୍ମୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡୀ କର୍ମୀ । କରୋଡକଣ୍ଟା ଅଙ୍ଗନଓ୍ବାଡୀ ସେଣ୍ଟରର ଅଙ୍ଗନଓ୍ବାଡୀ କର୍ମୀ ହେଉଛନ୍ତି କବିତା ମାଥନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଦ୍ବାରା ଚାଲିଛି ଚଢାଉ । ଭୁବନେଶ୍ବର କେସୁରା ସ୍ଥିତ ଦୁଇ ମହଲା ଘର, ଝାରପଡା ସ୍ଥିତ ୨ଟି ୩ ମହଲା ଘର, ଝାରପଡା ସ୍ଥିତ ଗୋଟିଏ ବିଲ୍ଡିଂ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, ଜଗତସିଂହପୁର ବାଲିକୁଦା ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

 

Leave a Reply

Your email address will not be published.