ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡିର ଲିଙ୍କ୍‌!

ଭୁବନେଶ୍ବର, (ଓଡିଶା ଟାଇମ୍):  ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦୀର୍ଘ  ଦିନରେ ମୁହଁ ଖୋଲିଛନ୍ତି ତାଙ୍କ ବାପା। ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ ବୋଲି ତାଙ୍କ ବାପା କହିଛନ୍ତି। ସେ ଏନେଇ ଆଜି ଗଣାମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। 

 ଆଦିତ୍ୟଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ, ବିବାହ ପୂର୍ବରୁ ସେହି ସାଇକୋ ଲେଡି ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିବା ବାପା ନନ୍ଦକିଶୋର ଦାଶ କହିଛନ୍ତି। ସଂପୃକ୍ତ ଲେଡି ସଂପର୍କରେ କ୍ରାଇମବ୍ରାଞ୍ଚକୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ସେ କାହିଁକି ଆଦିତ୍ୟଙ୍କୁ ବ୍ଲାକମେଲ କରୁଥିଲେ, କଣ ଥିଲା ତାର ଉଦ୍ଦେଶ୍ୟ, ଏ ସଂପର୍କରେ ସବିଶେଷ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ସଂପୃକ୍ତ ସାଇକୋ ଲେଡିକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କଲେ, ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇପାରେ ବୋଲି ଆଶା କରାଯାଉଛି।

ଦୀର୍ଘଦିନ ହେଲା ଆଦିତ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରୁନି। ପ୍ରଥମ ଜିଆରପି ତଦନ୍ତ ଭାରର ଦାୟିତ୍ବ ନେଇଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ପ୍ରକୃତହତ୍ୟା କାରୀ କିଏ, ସେ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି। ଆଦିତ୍ୟଙ୍କ ପତ୍ନୀଙ୍କ ସମେତ ଯେଉଁମାନେ ତାଙ୍କ ଲିଙ୍କ୍‌ରେ ଥିଲେ, ସମସ୍ତଙ୍କ ଲାଏ ଡିଟେକ୍ସନ କରାଯାଇଥିଲା। ଏପଟେ ସିବିଆଇ ତଦନ୍ତ ଦାବିରେ ଆଦିତ୍ୟଙ୍କ ବାପା-ମାଆ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

 

Leave a Reply

Your email address will not be published.