ବିୟୁଟି ଟିପ୍ସ୍- ଓଠକୁ ନ୍ୟାଚୁରାଲି ଲାଲ୍ କରିବ ବିଟ୍

ଓଠକୁ ସୁନ୍ଦର କରିବା ପାଇଁ ମାର୍କେଟରେ ଅନେକ ବିୟୁଟି ପ୍ରଡକ୍ଟ ମିଳୁଛି । ଏକ ପରଫେକ୍ଟ ଲୁକ୍ ପାଇବାକୁ ହେଲେ ସେହି ସବୁ ପ୍ରଡକ୍ଟକୁ କିପରି ଭାବେ ବ୍ୟବହାର କରିବେ, ସେ ସମ୍ପର୍କିତ ଅନେକ ଟିପସ୍ ବିୟୁଟିସିଆନ୍ମାନେ ଦେଇଥାନ୍ତି । ଦାମୀ ବିୟୁଟିପାର୍ଲର୍ ଯାଇ ମଧ୍ୟ ଆପଣ ନିଜ ଓଠକୁ ଏକ ସୁନ୍ଦର ଲୁକ୍ ଦେଇପାରିବେ । କିନ୍ତୁ ଏସବୁ ମାତ୍ର କିଛି ସମୟ ପାଇଁ ସୁନ୍ଦରତା ପ୍ରଦାନ କରିଥାଏ । ତେବେ ଯଦି ଆପଣ ନିଜ ଓଠକୁ ପ୍ରାକୃତିକ ଭାବେ ଓ ଅଧିକ ସମୟ ଲାଲ୍ ରଖିବା ପାଇଁ ଚାହୁଛନ୍ତି, ତାହେଲେ ଏଥିରେ ଆପଣଙ୍କୁ ଖୁବ୍ ସହାୟକ ହେବ ବିଟ୍ । ମାର୍କେଟରେ ସବୁ ସମୟରେ ଆପଣଙ୍କୁ ବିଟ୍ ମିଳିପାରିବ ।

ତେବେ ଆସନ୍ତୁ ଜାଣିବା କିଭଳି ଏହାକୁ ବ୍ୟବହାର କରିବେ –
ପ୍ରଣାଳୀ – ବିଟକୁ ଭଲ ଭାବେ ଧୋଇ ଖୁବ୍ ଛୋଟ ଛୋଟ ଖଣ୍ଡ କରି ଖରାରେ ଶୁଖାଇ ଦିଅନ୍ତୁ । ଏହା ସମ୍ପୂର୍ଣ୍ଣ ଭାବେ ଶୁଖିବା ପରେ ତାହାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ୍ କରନ୍ତୁ । ଏହାପରେ ଚାଲୁଣିରେ ଚଲାଇ ପାଉଡର୍ ବାହାର କରନ୍ତୁ । ସେହି ବିଟ୍ ପାଉଡର୍ରେ କିଛି ବାଦାମ୍ ତେଲ ମିଶାଇ ଗୋଟିଏ ବୋତଲରେ ରଖନ୍ତୁ । ପ୍ରତିଦିନ ସେଥିରୁ ୧-୨ ବୁନ୍ଦା ନେଇ ଓଠରେ ଲଗାନ୍ତୁ । କିଛିଦିନ ଏଭଳି କରିବ ପରେ ଆପଣଙ୍କ ଓଠ ନ୍ୟାଚୁରାଲି ଲାଲ୍ ହେବ ଏବଂ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିବ ।

Leave a Reply

Your email address will not be published.