ଦ୍ୱିତୀୟଥର ମା’ ହେଲେ ଈଶା ଦେଓଲ୍

0
112
advertisement

ଡ୍ରିମ୍ଗାର୍ଲ ହେମାମାଳିନୀଙ୍କ ଝିଅ ଓ ଅଭିନେତ୍ରୀ ଈଶା ଦ୍ୱିତୀୟଥର ପାଇଁ ମା’ ହେବାର ସୌଭାଗ୍ୟଲାଭ କରିଛନ୍ତି । ଗତ୧୦ ତାରିଖରେ ଈଶାଙ୍କ ପରିବାରକୁ ଆଉ ଜଣେ କୁନି ପରୀଟିଏ ଆସିଛି, ଯାହାର ନାଁ ରଖାଯାଇଛି ମିରାୟା । ଈଶା ଏହି ଖୁସିକୁ ଏକ ସୁନ୍ଦର ପୋଷ୍ଟର୍ ସହିତ ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର୍ କରିଥିଲେ । ଏହାର କ୍ୟାପସନ୍ ଥିଲା – ଆପଣଙ୍କ ଭଲ ପାଇବା ଓ ଆର୍ଶିବାଦ ପାଇଁ ଧନ୍ୟବାଦ’ । ଈଶା ତାଙ୍କର ଏହି ଦ୍ୱିତୀୟ ପ୍ରେଗନେନ୍ସି ଖବରକୁ ଏକ ନିଆରା ଢଙ୍ଗରେ ଚଳିତବର୍ଷ ଆରମ୍ଭରୁ ହିଁ ଜଣାଇ ଦେଇଥିଲେ । ସେ ବଡ଼ ଝିଅ ରାଧ୍ୟାଙ୍କର ଏକ ଫଟୋ ସେୟାର୍ କରି କ୍ୟାପସନ୍ କରିଥିଲେ – ‘ମୁଁ ଖୁବ୍ ଶୀଘ୍ର ବଡ଼ ଭଊଣୀ ହେବାକୁ ଯାଉଛି’ । ଏହାର କିଛିଦିନ ପରେ ଈଶାଙ୍କ ବେବିବମ୍ପ ଓ ବେବି ସାୱର୍ ସେରିମନିର ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା ।