ଅମ୍ପନରେ ୪୫ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, (ଓଡିଶା ଟାଇମ୍):  ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ବାତ୍ୟା ଅମ୍ପନ । ଏହା ମଧ୍ୟରେ ବାତ୍ୟା ଅମ୍ଫନ ଯୋଗୁ ରାଜ୍ୟର ୮୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ବାତ୍ୟା ସମୟରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କୁ ଅବଗତ କରାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅମ୍ଫନ ବାତ୍ୟା ପରେ କ୍ଷୟକ୍ଷତି ଓ ସ୍ଥିତି ବାବଦରେ ଆଜି କ୍ୟାବିନେଟ ସଚିବ ରାଜୀବ ଗୌହାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ । ଏହି ସମୟରେ କୃଷି ସଚିବ, ଶକ୍ତି ସଚିବ ପଞ୍ଚାୟତିରାଜ, ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ରେ ରାଜ୍ୟର ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏହା ସହ ୨୧୦ଟି ମେଡିକାଲ ଟିମ୍ ଓ ୭୫ ପଶୁ ଡାକ୍ତରୀ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ପ୍ରଭାବିତ ଅଞ୍ଚଳରେ ଗମନାଗମନ ସୁବିଦ୍ଧା ଆଜି ସୁଦ୍ଧା ସ୍ୱାଭାବିକ ହୋଇଯିବ। ସେସୁ ଅଞ୍ଚଳରେ ଦିନେ କିମ୍ବା ଦୁଇ ଦିନରେ ବିଜୁଳି ପୁନସଂଯୋଗ କରାଯିବ। ଏହା ସହ ଆଜି ସନ୍ଧ୍ୟା ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published.