ରାଜ୍ୟରେ ଆଉ ୧୨୯ କରୋନା ସଂକ୍ରମିତ ଚିହ୍ନଟ, ୧୯୪୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କିଛି କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୧୨୯ ସଂକ୍ରମିତଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାରୁ ୧୮ ଜଣ,ଗଜପତି ଜିଲ୍ଲାରୁ ୧୬ଜଣ , ଗଞ୍ଜାମ ଜିଲ୍ଲାରୁ ୧୦ ଜଣ, ଯାଜପୁର ଜିଲ୍ଲାରୁ ୧୦ ଜଣ, ବାଲେଶ୍ବର ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, ନୂଆପଡା ଜିଲ୍ଲାରୁ ୧୨ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ , ପୁରୀ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ଜଣେ ରହିଥିବା ବେଳେ ବରଗଡ ଜିଲ୍ଲାରୁ ୬ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published.