ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ପଣ୍ଡିତଙ୍କ ଦେହାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ତଥା ପଦ୍ମ ବିଭୁଷଣ ପ୍ରାପ୍ତ ପଣ୍ଡିତ ଜସରାଜଙ୍କର ସୋମବାର ଦିନ ଆମେରିକାରେ ଦେହାନ୍ତ ହୋଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ଆମେରିକାର ନ୍ୟୁ ଜର୍ସିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁରେ ସାରା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସ୍ଥାନୀୟ ସମୟ ଅନୁସାରେ ଭୋର ୫ଟା ୧୫ମି. ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୁତ୍ରରୁ ପ୍ରକାଶ ।

ସଙ୍ଗୀତ ଜଗତରେ ନିଜ ଜୀବନର ୮୦ ବର୍ଷରୁ ଅଧିକ ସମୟ ସକ୍ରିୟ ରହିଥିବା ଯଶରାଜ ଭାରତ ସମେତ ଆମେରିକା ଓ କାନାଡାରେ ମଧ୍ୟ ଶାସ୍ତ୍ରୀୟ ସଙ୍ଗୀତକୁ ଏକ ଉଚ୍ଚ ସ୍ଥାନ ଦେଇପାରିଥିଲେ ।

ଏହି ସଙ୍ଗୀତଜ୍ଞଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ ମଧ୍ୟ କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ଇଣ୍ଟରନ୍ୟାସନାଲ୍ ଏଷ୍ଟ୍ରୋନୋମିକାଲ୍ ୟୁନିଅନ୍ (ଆଇଏୟୁ) ପକ୍ଷରୁ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଚିହ୍ନଟ ହୋଇଥିବା ଏକ ଗ୍ରହକୁ ‘ପଣ୍ଡିତଜସରାଜ’ ନାମରେ ନାମିତ କରାଯାଇଥିଲା ।

ଏଥିସହିତ ସେ ଏଭଳି ଜଣେ ଭାରତୀୟ ସଙ୍ଗୀତଜ୍ଞ ହେଲେ ଯିଏକି ମହାକାଶରେ ସ୍ଥାନ ପାଇ ପାରିଥିଲେ ।

ପଣ୍ଡିତ ଯଶରାଜଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନାମୀଦାମୀ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ ।

 

Leave a Reply

Your email address will not be published.