ସର୍ବନିମ୍ନ ସେବାୟତରେ ପାଳନ ହେବ ସ୍ନାନ ପୂର୍ଣ୍ଣିମା !

ଭୁବନେଶ୍ୱର, (ଓଡିଶା ଟାଇମ୍): ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଆଜି ୧୦ ନିଯୋଗ ସହ ବସିଥିବା ବୈଠକ ପରେ ଡ. କିଶାନ କୁମାର ଏ ନେଇ ସୂଚନା ଦେଇଛନ୍ତି । ଅଳ୍ପ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ପାଳନ ହେବା ନେଇ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ବୈଠକରେ ହୋଇଥିବା ନିଷ୍ପତି ମୁତାବକ ସମ୍ପୃକ୍ତ ନିଯୋଗ କେତେ ଅଳ୍ପ ସଂଖ୍ୟକ ସେବାୟତଙ୍କ ଦ୍ୱାରା ଶ୍ରୀ ଜୀଉଙ୍କ ନୀତି ସମ୍ପନ୍ନ କରିହେବ ତାହା ଆସନ୍ତା ୨୫ ସୁଦ୍ଧା ତାଲିକା ପ୍ରଦାନ କରିବେ । ସେବାୟତମାନଙ୍କୁ ପାସ ପ୍ରଦାନ କରାଯିବ । ତାଲିକା ଅନୁସାରେ ସେବାୟତଙ୍କୁ ପ୍ରବେଶ କରାଯିବ । ଜୁନ ୧ ପରେ କୋରୋନା ଲକଡାଉନର ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ସେ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତି ନିଆଯିବ । ଏହା ସହ ସ୍ନାନ ଯାତ୍ରା ବିନା ଭକ୍ତରେ ହେବ କି ନାହିଁ ସେ ନେଇ କୌଣସି ନିଷ୍ପତି ହୋଇନାହିଁ । ଅନ୍ୟପଟେ ରଥ ନିର୍ମାଣରେ ନିୟୋଜିତ ଥିବା ସେବକମାନଙ୍କର ପ୍ରଥମ ପର୍ଯ୍ୟାୟରେ କୋରୋନା ପରୀକ୍ଷା ରିପୋର୍ଟ ଆସିଛି । ପରୀକ୍ଷା ହୋଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଆଉ କିଛି ରିପୋର୍ଟ ଆସି ନ ଥିବା ବେଳେ ସେଗୁଡିକ ନେଗେଟିଭ ଆସିବା ନେଇ ସେମାନେ ଆଶଙ୍କା ରଖିଛନ୍ତି ।

Leave a Reply

Your email address will not be published.