କେଶ ସମସ୍ୟାର ରାମବାଣ ମହୌଷଧି – ଏକ ଚୁଟ୍କି ଘିଅ
ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ଘନ ଓ ଲମ୍ବା କେଶ । କିନ୍ତୁ ଏହାର ଯତ୍ନ ନେବା ବହୁତ କଷ୍ଟ । ପ୍ରଦୂଷଣଭରା ପରିବେଶ ହିଁ କେଶଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଝିଅମାନେ ବିୟୁଟି ପାର୍ଲରର ସହାୟତା ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବିୟୁଟି ପାର୍ଲର୍ ଯାଇ ଖର୍ଚ୍ଚାନ୍ତ ହେବା ଅପେକ୍ଷା କେବଳ ଏକ ଚୁଟ୍କି ଘିଅରେ ସବୁ ପ୍ରକାର କେଶ ସମସ୍ୟାର ସମାଧାନ ହୋଇପାରିବ?
ଘିଅରେ ଥିବା ଫ୍ୟାଟ୍ କେଶ ପାଇଁ ଏକ ମାସ୍କ ଭଳି କାମ କରିଥାଏ । ଫଳରେ ରୁପି ସମସ୍ୟା, କେଶ ଝଡ଼ିବା, କେଶ ଫାଟିବା ଭଳି ବିଭିନ୍ନ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ । ଘିଅକୁ ଆପଣ କଣ୍ଡିସନିଙ୍ଗ୍ ଭଳି ମଧ୍ୟ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଘିଅକୁ କିଭଳି ଭାବେ କେଶରେ ଲଗାଇବେ।
ଖାଣ୍ଟି ଗୁଆ ଘିଅ କିମ୍ବା ଘରେ ପ୍ରସ୍ତୁତ କରୁଥିବା ଘିଅର କିଛି ବୁନ୍ଦା ଏକ ବାଉଲରେ ନେଇ ହାଲ୍କା ଉଷୁମ କରନ୍ତୁ । ଉଷୁମ ଥିବାବେଳେ ଘିଅକୁ ନେଇ କେଶ ମୂଳ ଓ କେଶରେ ମସାଜ୍ କରନ୍ତୁ । ପ୍ରାୟ ଅଧଘଣ୍ଟା ଏଭଳି ହାଲ୍କା ମସାଜ୍ କରିବା ପରେ କିଛି ସମୟ କେଶକୁ ଖୋଲା ଛାଡ଼ିଦିଅନ୍ତୁ । ଏହାପରେ କେଶକୁ ଧୋଇଦିଅନ୍ତୁ । ସପ୍ତାହରେ ୩-୪ ଦିନ ଏଭଳି କରନ୍ତୁ । ମାତ୍ର୧ ମାସ ଭିତରେ ଆପଣ ଫରକ ଜାଣିପାରିବେ ।
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ