୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ନୌବାଣିଜ୍ୟ ମ୍ୟୁଜିୟମ୍‌ ଟିକେଟ୍‌ ଅଧା, ଭିନ୍ନକ୍ଷମଙ୍କ ପାଇଁ ମାଗଣା

0
8

ଭୁବନେଶ୍ଵର, (ଓଟି): କଟକ ନୌବାଣିଜ୍ୟ ମ୍ୟୁଜିୟମ୍‌ରେ ଦର୍ଶକ ସଂଖ୍ୟା ବଢ଼ାଇବା ତଥା ପିଲାଙ୍କ ମନରେ ଓଡ଼ିଶାର ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରାଗତ ଜ୍ଞାନ ବିକାଶ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମ୍ୟୁଜିୟମ ପ୍ରବେଶ ପାଇଁ ରିହାତି ଘୋଷଣା କରିଛନ୍ତି। ଏହିକ୍ରମରେ ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଟିକେଟ୍‌ ମୂଲ୍ୟ ଅଧା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହାସହ ଭିନ୍ନକ୍ଷମଙ୍କ ପାଇଁ ମ୍ୟୁଜିୟମ୍‌ ପ୍ରବେଶ ଶୁଳ୍କ ବିହୀନ କରାଯାଇଛି।  

ସଚିବାଳୟରେ ମ୍ୟୁଜିୟମ୍‌ କାର୍ଯ୍ୟ ପରିଚାଳନା ନେଇ କାର୍ଯ୍ୟକାରିୀ କମିଟିର ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା। ଏହି ଅବସରରେ ବିଭିନ୍ନ ସ୍କୁଲ୍‌ରେ ପିଲାଙ୍କ ମନରେ ଏହି ମ୍ୟୁଜିୟମ୍‌ ବୁଲିବାର ଆଗ୍ରହ ସୃଷ୍ଟି ପାଇଁ ସ୍ଵତନ୍ତ୍ର ଲିଫ୍‌ଲେଟ୍‌ ବା ସୂଚନା ପୁସ୍ତିକା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ମ୍ୟୁଜିୟମ୍‌ରେ ବିଶେଷ ଆକର୍ଷଣ ସାଜିଥିବା ଆକ୍ଵାରିୟମ୍‌ର ସମ୍ପ୍ରସାରଣ ଏବଂ ଏଠାରେ ଦର୍ପଣ ଯାଦୁ ( ମିରର୍‌ ମେଜ୍‌) ସ୍ଥାପନ ପାଇଁ ସରକାର ନିର୍ଦେଶ ଦେଇଛନ୍ତି। 

ମ୍ୟୁଜିୟମ୍‌ କର୍ମଚାରୀଙ୍କୁ ବର୍ଷକୁ ୨୧ ଦିନର ଅତିରିକ୍ତ ଦରମା ପ୍ରଦାନ ପାଇଁ ଏଠାରେ ନିଷ୍ପତି ହୋଇଛି ।ଏହାଛଡ଼ା ସେମାନଙ୍କ ଦରମା ପୁନନିର୍ଦ୍ଧାରଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।  ଏହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ କଟକ ଜିଲାପାଳ ଉପସ୍ଥିତ ଥିଲେ। 

Loading...