ଜିରା ଚା’ ପିଅନ୍ତୁ, ଜାଣନ୍ତୁ ଏହାର ବିଶେଷତା

0
44
advertisement

ସାଧାରଣ ଚା’ ପିଇବା ବଦଳରେ ଦିନକୁ ଥରେ ଜିରା ଚା’ ପିଅନ୍ତୁ । ଏହା ଦ୍ୱାରା ବ୍ରଣ ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ ବୋଲି ବିୟୁଟିସିୟାନ୍ ମାନେ ମତ ଦେଇଥାନ୍ତି । ଜିରାରେ ଥିବା ଆଣ୍ଟି ମାଇକ୍ରୋବିୟଲ୍ ଓ ଆଣ୍ଟି ଇନଫ୍ଲେମେଣ୍ଟାରୀ ଗୁଣ ବ୍ରଣ ସମସ୍ୟାର ସମାଧାନ କରିବା ସହିତ ବ୍ରଣଜନିତ ଦରଜକୁ ମଧ୍ୟ ଦୂର କରିଥାଏ । ଜିରା ଚା’ ପିଇବା ଦ୍ୱାରା ବ୍ରଣଜନିତ କଳାଦାଗ ମଧ୍ୟ ଚେହେରାରୁ ହଟି ଯାଇଥାଏ । ୧ ଚୁଟକି ଚାହା ଗୁଣ୍ଡ ସହିତ ୧ ଚାମଚ ଜିରା ପକାଇ ଫୁଟାନ୍ତୁ । ଏହା ଭଲ ଭାବେ ଫୁଟିବା ପରେ ତାହାକୁ ଛାଣି ଅଳ୍ପ ଉଷୁମ ଥିବାବେଳେ ପିଅନ୍ତୁ । କେବଳ ସୌନ୍ଦର୍ଯ୍ୟଚର୍ଯ୍ୟା ପାଇଁ ନୁହେଁ ଜିରା ଚା’ ପିଇବା ଦ୍ୱାରା ଆହୁରି ମଧ୍ୟ କିଛି ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା-

୧- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କ୍ଷେତ୍ରରେ ଜିରା ଚା’ରେ ବିଶେଷ ଗୁଣ ରହିଛି । ସାଧାରଣ ସର୍ଦ୍ଦି ଓ କାଶରୁ ଏହା ମୁକ୍ତି ଦେଇଥାଏ ।

୨- ଏହା ମୋଟାପା ଦୂର କରିଥାଏ । ଜିରା ଚା’ ପିଇବା ଦ୍ୱାରା ଭୋକ ନିୟନ୍ତ୍ରଣ ହୋଇଥାଏ । ଫଳରେ ମେଟାବୋଲିଜମ୍ ସ୍ତର ବୃଦ୍ଧି ହୋଇଥାଏ । ଏହାଦ୍ୱାରା ମୋଟାପା ସମସ୍ୟାରୁ ମୁକ୍ତି ମିଳିଥାଏ ।

୩- ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଜିରା ଚା’ ପିଇବା ବେଶ୍ ଭଲ । ଜିରା ଚା’ରେ ପୋଟାସିୟମ୍ ଓ ନାଇଟ୍ରାଇଟ୍ସ ରହିଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ ବ୍ଲଡ୍ ବେସେଲ୍ସକୁ ପତଳା କରିଥାଏ । ଫଳରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ସବୁଠାରୁ ଭଲ ବିକଳ୍ପ ।