କେନ୍ଦ୍ରମନ୍ତ୍ରୀଙ୍କୁ ଜାବୁଡ଼ା!

1
8

ଭୁବନେଶ୍ଵର, (ଓଟି): ରିପବ୍ଲିକାନ୍‌ ପାଟିର୍ର୍ ଅଫ୍‌ ଇଣ୍ଡିଆ ମୁଖ୍ୟ  ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କୁ ଜଣେ ବ୍ୟକ୍ତି ଜାବୁଡ଼ା ମାରିବା ଉଦ୍ୟମ କରିଛନ୍ତି। ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଆୟୋଜିତତ ଏକ ସଭାରେ ସମ୍ବିଧାନ ସମ୍ପର୍କରେ ଭାଷଣ ଦେଇ ଓହ୍ଲାଉଥିବା ବେଳେ ତାଙ୍କୁ ଏହିପରି ଏକ ଅସ୍ଵଭାବିକ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଛି। ଏହା ତାଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ନେଇ କିଛି ହତୋତ୍ସାହିତ ହୋଇପଡ଼ିଥିବା ଲୋକଙ୍କ ପ୍ରତିକ୍ରିୟା ବୋଲି ଅଠାୱାଲେ ଗଣମାଧ୍ୟମକୁ କହିଛନ୍ତି।

ରବିବାରଦିନ ଏକ ମିଡିଆ କନ୍‌ଫରେନ୍ସରେ ଶ୍ରୀ ଅଠାୱଲେ କହିଛନ୍ତି, ପୁଲିସ ତାଙ୍କୁ ଉପଯୁକ୍ତ ସୁରକ୍ଷା ଦେଇପାରି ନଥିବାରୁ ତାଙ୍କ ଉ ପରେ ଏମିତି କାଣ୍ଡ ଘଟିଛି। ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବେ। 

ଶନିବାର ସକାଳ ସାଢ଼େ ଦଶଟା ବେଳେ ଥାନେ ଜିଲ୍ଲାର ଅମ୍ବରନାଥଠାରେ ଆୟୋଜିତ ଏକ ସଭାରେ ସେ ଭାଷଣ ଦେଉଥିଲେ। ସେତେବେଳେ ପ୍ରବୀଣ ଗୋଶାଭୀ ନାମକ ଜଣେ ୩୦ ବର୍ଷୀୟ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଛନ୍ତି, ପୁଲିସ ଯଦି ଉଚିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥାଆନ୍ତା ତେବେ ଏପରି ଏକ ଅଭାବନୀୟ ଘଟଣାକୁ ଦୂର କରାଯାଇପାରି ଥାଆନ୍ତା। 

ଏହି ଘଟଣାକୁ ଭିତ୍ତିକରି ଆର୍‌ପିଆଇ କର୍ମୀମାନେ ଅମ୍ବରନାଥ ବନ୍ଦ ଡାକରା ଦେଇଥିଲେ। 

 

ଅଧିକ ପାଠ ପାଇଁ କ୍ଳିକ୍‌ କରନ୍ତୁ 

୫ ମିନିଟ୍‌ରେ ଡବା ଫୁଲ୍‌: ଦୂର ହେବ ରେଳରେ ପାଣି ସମସ୍ୟା

୫ ମିନିଟ୍‌ରେ ଡବା ଫୁଲ୍‌: ଦୂର ହେବ ରେଳରେ ପାଣି ସମସ୍ୟା

କଂଗ୍ରେସର ସବୁ ଦାୟିତ୍ଵରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ ଶ୍ରୀକାନ୍ତ ଜେନା

କଂଗ୍ରେସର ସବୁ ଦାୟିତ୍ଵରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ ଶ୍ରୀକାନ୍ତ ଜେନା

ପୁଣି ନୂଆ ଦଳ ଗଢ଼ିବେ କି ବିଜୟ !

ପୁଣି ନୂଆ ଦଳ ଗଢ଼ିବେ କି ବିଜୟ !