ଜଣଙ୍କୁ କଚାଡ଼ି ମାରିଲା ମକୀ ହାତୀ ‘ଯଶୋଦା’

0
9

ଭୁବନେଶତବର, (ଓଟି):ନନ୍ଦନକାରନର  କୁମକୀ ହାତୀ ’ଯଶୋଦା’ କୁ କଦଳୀଖାଇବାକୁ ଦେବା ପାଇଁ ଯାଇଥିବା ସୁଦୁର ପ୍ରଧାନଙ୍କ ମୃତ୍ୟୁ ହୋଇଛି। ମାହୁତ ଏବଂ ଜଙ୍ଗଲ ବିଭାଗ ଅଧିକାରୀଙ୍କ ବାରଣ ସତ୍ଵେ ସୁଦୂର ଯଶୋଦା ପାଖକୁ କଦଳୀ ଗଛ ସହ ଯାଇଥିଲା। ଏହି ସମୟରେ ଯଶୋଦା ଗଛସହ ସଦୂରକୁ ଭିଡ଼ି ନେଇ କଚାଡ଼ି ଦେଇଥିଲା। ଆଉ ତାଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି। 

ଅନୁଗୁଳ ଡିଏଫ୍‌ଓ ଭି କାର୍ତିକଙ୍କ ସୂଚନା ଅନୁସାରେ ଘଟଣା ସକାଳ୧୧ଟା ୪୫ରେ ଘଟିଛି। ଏହି ସମୟରେ ଯଶୋଦାକୁ ମାହୁତ ଗାଧୋଇ ଦେଲା ପରେ ତାକୁ ନନ୍ଦିନୀ ନାଳିଆଠାରେ ବାନ୍ଧିଥିଲେ। ଏହି ସମୟରେ ପୁରୁଣାକୋଟ୍‌ ଥାନା ଅଧୀନରେ ଥିବା ମାଟିଆ ସାହିୀ ଗାଁର ସୁଦୂର ତା ପାଖକୁ କଦଳୀ ନେଇ ପହଞ୍ଚିଥିଲେ। ବାରମ୍ବାର ମନା ସତ୍ବେ ସେ ହାତୀର ପାଖକୁ ଯାଇଥିଲେ। ସେଠାରେ ହାତୀ ତାକୁ କଚାଡ଼ିମାରିଥିଲା। 

ଏହି ଘଟଣାପରେ ପୁଲିସକୁ ତାହାଙ୍କ ମର ଶରୀର ହସ୍ତାନ୍ତର କରାଯାଇଛି। ଏହା ସହସୁଦୂରଙ୍କ ପରିବାର ବର୍ଗକୁ ୪୦ ହଜାର ଟଙ୍କା ତତ୍‌କ୍ଷଣାତ କ୍ଷତିପୂରଣ ଦିଆଯିବା ସହ ୪ ଲକ୍ଷ ଟଙ୍କ ା କ୍ଷତିପୂରଣ ଦେବା ପାଇଁ ଘୋଷଣା କରାଯାଇଛି। 

ଯଶୋଦାକୁ ନଭେମ୍ବର ୩ ତାରିଖରେ ସାତକୋଶିଆ ଅଣାଯାଇଥିଲା। ସେ ଉଗ୍ର ବାଘ ସୁନ୍ଦରୀକୁ ଠାବ କରିବାରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ସହାୟତା କରିଥିଲା। 

Loading...