ଯୁବ ଫଟୋଗ୍ରାଫରଙ୍କ କ୍ୟାମେରା ଲେନ୍ସରେ କଏଦ ମହାକାଶ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସାରା ବିଶ୍ବରେ ଅଗଷ୍ଟ ୧୯ ତାରିଖରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଇଥାଏ । ଏହି ଦିନଟି ସେହି ମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ପ୍ରତିଟି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ତା’କୁ ଖାସ୍ ବନାଇଥାନ୍ତି ।

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କର ସଉକ ପାଲଟିଛି ଫଟୋଗ୍ରାଫି । ଏବେକା ସମୟରେ ଫଟୋଗ୍ରାଫି କରିବା ପେସାରେ ପରିଣିତ ହୋଇପାରିଛି । ଏଭଳି ଫଟୋଗ୍ରାଫର ତଥା ଫଟ୍ରୋଗ୍ରାଫିକୁ କ୍ୟାରିୟର କରିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଇ ଆସୁଅଛି ।

photo by Rakesh Kumar Roul

ଫଟୋଗ୍ରାଫି କରିବାରେ ଓଡିଶା ମଧ୍ୟ ପଛରେ ନାହିଁ । ଏପରିକି ବିଭିନ୍ନ ଫଟୋଗ୍ରାଫ୍ ଉଠାଇ ସେଥିରେ ନିଜର କମାଲ ଦେଖାଇ ସାରିଲେଣି ଓଡିଶାର ଅନେକ ଫଟୋଗ୍ରାଫର । ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ପ୍ରି-ୱେଡିଂ ଫଟୋସୁଟ୍‌, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫ୍ ଓ ମହାକାଶକୁ ମଧ୍ୟ ନିଜର କ୍ୟାମେରାରେ କଏଦ କରିବାରେ ସଫଳ ହେଉଛନ୍ତି ଆଜିର ଯୁବ ଫଟ୍ରୋଗ୍ରାଫର ମାନେ ।

ରାକେଶ ରାଉଳ- ଇଏ ଏଭଳି ଜଣେ ଜଣାଶୁଣା ଫଟୋଗ୍ରାଫର ଯିଏକି ଚଳିତ ବର୍ଷ ଧୂମକେତୁ ଫଟୋ ଉତ୍ତୋଳନ କରି ଓଡିଶାର ଦ୍ୱିତୀୟ ଓ ଭୁବେନଶ୍ୱରର ପ୍ରଥମ ଫଟୋ ସାମ୍ବାଦିକ ହୋଇପାରିଥିଲେ । ଜଣେ ଫଟୋ ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିବା ରାକେଶ ଗତ ଦୁଇ ବର୍ଷ ହେବ ଆଷ୍ଟ୍ରୋ ଫଟୋଗ୍ରାଫି (ଖଗୋଳ ଆଲୋକ ଚିତ୍ରକଳା) କରୁଛନ୍ତି ।

ସେ କୁହନ୍ତି ଯେ ଆଷ୍ଟ୍ରୋ ଫଟୋଗ୍ରାଫି ସେତେଟା ସହଜ ହୁଏନାହିଁ । ଏହାକୁ ଶିଖିବା ପାଇଁ ଏତେଟା ସୁଯୋଗ ନାହିଁ । କେବଳ ଯାହା ଅନଲାଇନ୍ ଓ ଇଣ୍ଟରନେଟ୍ ମାଧ୍ୟମ ପାଲଟିଛି । ଗତ ଅଗଷ୍ଟରେ ଦେଖାଯାଇଥିବା ଧୂମକେତୁର ଫଟୋ ଉତ୍ତୋଳନ ଓଡିଶାରେ ସହଜ ନଥିଲା । ରାତି ଅନିଦ୍ରା ଏବଂ ଦୀର୍ଘ ୧୦ ଦିନର ଅପେକ୍ଷା ପରେ ଏହାକୁ କ୍ୟାମେରାରେ କଏଦ କରାଯାଇପାରିଥିଲା । ସେ ବିଭିନ୍ନ ଗ୍ରହଣ, ଚନ୍ଦ୍ର, ଧୂମକେତୁ ଓ ଉଲକା ପିଣ୍ଡ ଖସୁଥିବାର ମଧ୍ୟ ଫଟୋ ଉତ୍ତୋଳନ କରିପାରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶାରେ ଆଷ୍ଟ୍ରୋ ଫଟୋଗ୍ରାଫି ହାତ ଗଣତି କେତେକ ଫଟୋଗ୍ରାଫର କରୁଛନ୍ତି ।

ପି ଉଦୟନ ସାରଥୀ- ଉଦୟନ ଏଭଳି ଜଣେ ଫଟୋଗ୍ରାଫର ଯିଏକି ନିଜର ଫଟୋରେ ସବୁବେଳେ ଓଡିଶାର ପର୍ଯ୍ୟଟନ ତଥା କଳା ସଂସ୍କୃତିକୁ ପ୍ରମୋଟ୍ କରିବାକୁ ଚେଷ୍ଟା କରିଛନ୍ତି । ଓଡିଶାରେ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ପାଇଁ ଏତେଟା ସୁଯୋଗ ନାହିଁ । ପିଲା ବେଳୁ ବନ୍ୟ ଜନ୍ତୁଙ୍କ ପ୍ରତି ଖୁବ୍ ଭଲ ପାଇବା ଥିଲା । ଯାହା ପରବର୍ତ୍ତୀ ସମୟରେ ନିଶାରେ ପରିଣତ ହୋଇଥିଲା ।

ଓଡିଶାର ଅଧିକାଂଶ ସ୍ଥାନରେ ବନ୍ୟ ଜନ୍ତୁମାନଙ୍କ ଫଟୋ ଉଠାଇଥିବା ଏହି ଫଟୋଗ୍ରାଫ୍ ଜଣକ ରାଜ୍ୟ ସରକାରଙ୍କ ଏକ ପ୍ରୋଜେକ୍ଟ ଅଧିନରେ ରାଜ୍ୟର ବିଭିନ୍ନ ପ୍ରମୁଖ ଜଳ ପ୍ରପାତର ଫଟୋକୁ କ୍ୟାମେରା ଲେନ୍ସରେ କଏଦ କରି ପାରିଛନ୍ତି ।

ଓଡିଶାରେ ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ଯେତିକି ସୁଯୋଗ ରହିଛି ସେ ତୁଳନାରେ ବାଘ ଉଠାଇବା ପାଇଁ ଏତେଟା ସୁଯୋଗ ମିଳିପାରୁ ନାହିଁ । ଯେଉଁ ସୁଯୋଗ ବାହାର ରାଜ୍ୟରେ ରହିଛି।
୨୦୧୦ରୁ ଫଟୋଗ୍ରାଫିକୁ ଓହ୍ଲାଇଥିବା ଉଦୟନ ୱେଡିଂ ଫଟୋଗ୍ରାଫିଙ୍କୁ ପେଶା କରିଥିବା ବେଳେ ନିଶା ଏବେବି ପାଲଟିଛି ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି।

 

କେବେଠୁ ପାଳିତ ହେଉଛି ‘ବିଶ୍ୱ ଫଟୋଗ୍ରାଫି ଦିବସ’-
ପ୍ରଥମ ଥର ପାଇଁ ୧୮୩୯ ମସିହା ଜାନୁଆରୀ ୯ ତାରିଖରେ ଫ୍ରାନ୍ସରେ ଏହାର ଆରମ୍ଭ ହୋଇଥିଲା । ସେ ସମୟରେ ଡାଗୋରାଟାଇପ୍ ପ୍ରକ୍ରିୟା ଘୋଷଣା କରା ଯାଇଥିଲା, ଯାହାକୁ ଦୁନିଆର ପ୍ରଥମ ଫଟୋଗ୍ରାଫି ପ୍ରକ୍ରିୟା ବୋଲି କୁହାଯାଇଥାଏ । ଯେଉଁ ପ୍ରକ୍ରିୟାର ଆବିଷ୍କାର ଫ୍ରାନ୍ସର ଜୋସେଫ୍ ନାଇସଫୋର୍ ଓ ଲୁଇସ୍ ଡାଗେର କରିଥିଲେ । ସେହି ଦିନକୁ ସ୍ମରଣୀୟ କରି ରଖିବା ପାଇଁ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଇ ଆସୁଛି ।

ବିଶ୍ୱର ପ୍ରଥମ ସେଲ୍ଫି-
କୁହାଯାଇଥାଏ କି, ଆମେରିକାର ଜଣେ ଫଟୋ ପ୍ରେମୀ ରବର୍ଟ ପାର୍ନେଲିୟସ୍ ଦୁନିଆର ପ୍ରଥମ ସେଲ୍ଫି କ୍ଲିକ୍ କରିଥିଲେ । ୧୮୩୯ ମସିହାରେ ଉଠାଇଥିବା ସେହି ଫଟୋ ପରବର୍ତ୍ତୀ ସମୟରେ ସେଲ୍ଫି ରୂପେ ପରିଗଣିତ ହେବ ବୋଲି ସେ ମଧ୍ୟ ଜାଣିନଥିଲେ । ସେହି ଫଟୋ ଚିତ୍ର ଆଜିବି ୟୁନାଇଟେଡ୍ ଷ୍ଟେଟ୍ ଲାଇବ୍ରେରୀ ଅଫ୍ କଂଗ୍ରେସ ପ୍ରିଣ୍ଟରେ ଉପଲବ୍ଧ ରହିଛି ।

Leave a Reply

Your email address will not be published.