କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରସବ କଲେ ମହିଳା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୱାରେଣ୍ଟାଇନ ସେଣ୍ଟରରେ ଶିଶୁ କନ୍ୟା ଜନ୍ମ ଦେଲେ ମହିଳା । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜୟଚନ୍ଦ୍ରପୁର ପଞ୍ଚାୟତର ବଡଗାଁ ବଜ୍ରମହାକାଳୀ ପ୍ରାଥମିକ ବିଦ୍ୟାଳୟରେ । ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ମହିଳାଙ୍କ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ।

ମହାକାଳପଡା ଥାନା ବାରଡାଙ୍ଗ ଗ୍ରାମର ଶତୃଘ୍ନ ନାୟକଙ୍କ ପତ୍ନୀ ସବିତା ନାୟକ ଗର୍ଭବତୀ ଥିବା ସମୟରେ ଗତ ୨୭ ତାରିଖ ଦିନ ସୁରଟରୁ  ଫେରିଥିଲେ । ସୁରଟରୁ ଫେରିବା ପରେ ଗାଁ ସ୍କୁଲରେ ୪ ବର୍ଷର ଝିଅ ସହ ବଡଗାଁ ସଙ୍ଗରୋଧ ଗୃହରେ ରହୁଥିଲେ । ଏହି ସଙ୍ଗରୋଧରେ ଗୃହରେ ମୋଟ ୮ ଜଣ ମହିଳା ୩ ଜଣ ଶିଶୁ ୧୫ଜଣ ପୁରୁଷ ରହୁଥିଲେ । ରାତିରେ ସବିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶାକର୍ମୀ, ଅଙ୍ଗନିବାଡି କର୍ମୀ ଡାକ୍ତର ଟିମ୍‌କୁ ଡକାଇ ଥିଲେ । ଆଜି ସକାଳେ ସବିତା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ତେବେ ନବ ଜନ୍ମିତ ଶିଶୁଟି ସୁସ୍ଥ ଥିବା ସୂଚନା ମିଳିଛି ।

Leave a Reply

Your email address will not be published.