ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଦିବେସନ ।  ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଷୋଡ଼ଶ ବିଧାନସଭାର ପଞ୍ଚମ ଅଧିବେଶନ ପାଇଁ ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଧାନସଭାରେ ରହିବନି ପ୍ରଶ୍ନକାଳ । ମାରାତ୍ମକ କରୋନା ଭାଇରସ ଯୋଗୁଁ ପ୍ରଶ୍ନକାଳ ରହିବନି । ବୁଧବାର ଦିନ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆଜି ବସିବ ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସ ବିଧାୟକ ଦଳର ବୈଠକ । ବୈଠକରେ ହିଁ ବିରୋଧି ଦଳ ସରକାରଙ୍କୁ ଘେରିବାକୁ ରଣନୀତି ଚୂଡାନ୍ତ କରିବେ । ସେହିପରି ବିଜେଡି ମଧ୍ୟ  ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ  ଅଧିବେଶନ ପୂର୍ବରୁ ପ୍ରଥମ ଦିନର କରୋନା ଟେଷ୍ଟରେ ୫ ଜଣଙ୍କର ପଜିଟିଭ୍‌ ଥିବା ଜଣାପଡ଼ିଛି । ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ପଜିଟିଭ୍‌ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି ।

ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଗତ କରିବେ । ସେହିପରି ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ । ଶୀଚ ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିବ ।  ଏହାସହ ସମ୍ପୂର୍ଣ୍ଣ କରୋନା କଟକଣାରେ ଗୃହକାର୍ଯ୍ୟ ଚାଲିବ । ସାମାଜିକ ଦୂରତାକୁ ବିଧାନସଭାର ସଦସ୍ୟମାନେ ମାନିବା ସହ ଦିନକୁ ସାଢ଼େ ୪ ଘଣ୍ଟା ଗୃହ ଚାଲିବ।

Leave a Reply

Your email address will not be published.