ଆରଏସଏସ କାହିଁକି ପଞ୍ଜିକୃତ ନୁହେଁ?

0
148
advertisement

ଭାରତରେ ଏନଜିଓ ପଞ୍ଜିକରଣ ୧୮୬୦ରୁ ବ୍ରିଟିଶ ସରକାରଙ୍କ ଦ୍ବାରା ପ୍ରସ୍ତୁତ ସୋସାଇଟ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ହେଉଛି । ଏହି ଆାଇନ ଅନୁସାରେ ଏନଜିଓ ଗଠନ ପୂର୍ବରୁ ଏହାର ନିୟମ, ଉପନିୟମ, କାର୍ଯ୍ୟେକ୍ଷତ୍ର, ସଞ୍ଚାଳନର ସ୍ୱରୁପ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଦି ବାଇ-ଲ ମାଧ୍ୟମରେ ଦର୍ଶାଯାଇଥାଏ । କେବଳ ସେତିକି ନୁହେଁ ଏନଜିଓ ପଞ୍ଜିକରଣ ପରେ ସଂସ୍ଥାର ବାର୍ଷିକ ରିପୋର୍ଟ ସରକାରୀ ସଂସ୍ଥାକୁ ଦେବା ସହିତ ଆୟବ୍ୟୟ ବିବରଣୀ ମଧ୍ୟ ବାଧ୍ୟତାମୂଳକଭାବେ ଦେବାକୁ ପଡ଼ିଥାଏ । କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ଼ ବେସରକାରୀ ସଂସ୍ଥା କୁହାଯାଉଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ପଞ୍ଜିକୃତ ହୋଇନାହିଁ କି ତାର ଆୟବ୍ୟୟର ବିବରଣୀ ମଧ୍ୟ ସରକାରଙ୍କୁ ଦେବାକୁ ଉଚିତ ମନେକରୁନାହିଁ ।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସମେତ ୧୯ଟି ରାଜ୍ୟର ସରକାରଙ୍କୁ କୌଣସି ରାଜନୈତିକ ଦଳ ଚଳାଉନାହିଁ । ନିଜକୁ ସାମାଜିକ-ସାଂସ୍କୃତିକ ସଂଗଠନ ବୋଲି କହୁଥିବା ଆରଏସଏସ ସରକାରୀ ସଂସ୍ଥାମାନଙ୍କଠାରୁ ଦୂରରେ ରହି ସରକାରଙ୍କୁ ନିଜ ଆଙ୍ଗୁଳିରେ ନଚାଉଛି । ଆରଏସଏସର ସଫଳତାର ରହସ୍ୟ ହେଉଛି, ସଂସ୍ଥା ଅନ୍ୟ ଏନଜିଓମାନଙ୍କ ଭଳି ନିଜକୁ ପଞ୍ଚିକୃତ କରିନାହିଁ ।

ନାଗପୁରର ଆମ୍ବେଦକାରୀ ସଂସ୍ଥା ସହିତ ଜଡ଼ିତ ଥିବା ଜନାର୍ଦ୍ଦନ ମୁନ ନାମକ ଜଣେ ବ୍ୟକ୍ତି ନିଜ ସଂସ୍ଥାର ନାମ ଆରଏସଏସଭାବେ ପଞ୍ଜିକୃତ କରିବାକୁ ଚାହିଁବାରୁ ମାମଲା ଉଜାଗର ହେବ ସହିତ ଏବେ କୋର୍ଟରେ ପହଞ୍ଚିଛି । କୌଣସି ସରକାରଙ୍କୁ ନିଜର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟେକ୍ଷତ୍ର ତଥା ଆୟବ୍ୟୟର ବିବରଣୀ ଦେବାକୁ ଆରଏସଏସ ବାଧ୍ୟନୁହେଁ । ଏ ପ୍ରସଙ୍ଗ ବାରମ୍ବାର ଆଲୋଚନା ହେଉଥିଲେ ହେଁ ଆରଏସଏସ ଏଥିପ୍ରତି ଗୁରୁତ୍ୱ ଦିଏନାହିଁ ।

ଆରଏସଏସର ଓ୍ୱେବସାଇଟ ତଥ୍ୟ ଅନୁସାରେ ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟା ୬୮ଲକ୍ଷରୁ ଅଧିକ ରହିଛି । ଏପରିକି ଏସମ୍ପର୍କରେ କୌଣସି ଅଧିକାରିକ ହିସାବକିତାବ ମଧ୍ୟ ନାହିଁ । ଏହାର ସମସ୍ତ କାମକୁ ସ୍ୱୟଂସେବକନାମରେ ସଦସ୍ୟମାନେ ସ୍ୱୟଂସେବା ଭାବନା ସହିତ କରିଥାନ୍ତି । ଫଳରେ ଏଥିପାଇଁ ଆରଏସଏସକୁ ଦରମା ଦେବାକୁ ପଡ଼େନାହିଁ କି ପିଏଫ, ଗ୍ରାଚୁଇଟ୍‌ ହିସାବ ରଖିବାକୁ ପଡ଼େନାହିଁ । ସଂଗଠନକାମ ଚଳାଇବା ପାଇଁ ଅଣଔପଚାରିକ ସୂତ୍ରରୁ ଅର୍ଥ ମିଳିଥାଏ, ଯାହାକୁ ଗ୍ଧଗୁରୁଦକ୍ଷିଣାଗ୍ଦ ବୋଲି କୁହାଯାଇଥାଏ । ଏହି ଗୁରୁଦକ୍ଷିଣାର ହିସାବକିତାବ ଆରଏସଏସ ନିଜେ ରଖୁଥିଲେ ହେଁ ସରକାରଙ୍କୁ ଏହାର ହିସାବ ଦେବାକୁ ବାଧ୍ୟନୁହେଁ ।

ତେଣୁ ଏପରି ସଂସ୍ଥା ଉପରେ ସରକାର ପ୍ରତିବନ୍ଧ ଲଗାଇଲେ କୌଣସି ଲାଭ ମିଳୁନାହିଁ । କାରଣ ଏହାର କୌଣସି ବ୍ୟାଙ୍କ ଖାତାକୁ ସରକାର ସିଜ୍‌ କରିପାରିବେ ନାହିଁ । ଏପରିକି ବିଦେଶରୁ ଅର୍ତ ପାଇବା ପାଇଁ ଆରଏସଏସର ଏଫସିଆାର ଲାଇସେନ୍ସ ମଧ୍ୟ ନାହିଁ । ତେଣୁ ସରକାର ଏଫସିଆର ଲାଇସେନ୍ସ ରଦ୍ଦ କରିବାର ଭୟ ମଧ୍ୟନାହିଁ ।